ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟରେ ନବମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଭୁବନେଶ୍ଵର ସ୍ଥିତ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟରେ ନବମ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅଷ୍ଟ୍ରେଲିୟେନ ହାଇ କମିଶନର ଟୁ ଇଣ୍ଡିଆ ମିଷ୍ଟର ବେରି ଓ ଫେରେଳ, ଅନ୍ୟତମ ଅତିଥି ଭାବରେ ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ ଯୋଗ ଦେଇଥିଲେ । ବଲାଙ୍ଗିର ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ର ଆକାଶ କୁମାର ରଥ ସ୍ବର୍ଣ୍ଣପଦକ ବିଜେତା ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ୟୁ.ଜି. ପାଠ୍ୟକ୍ରମ, ପି.ଜି. ପାଠ୍ୟକ୍ରମ ଓ ପି.ଏଚ.ଡି. ପାଠ୍ୟକ୍ରମରେ ୨୦୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡଙ୍ଗୀ ଆକାଶଙ୍କ ସଫଳତା ପାଇଁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.