centurian jitm

ବରିଷ୍ଠ ନାଗରିକଙ୍କୁ ନୟାପାଲି ପାଟ ଉତ୍ସବରେ ସମ୍ବର୍ଦ୍ଧନା

nschool

ଭୋଗରାଇ, (କେପିଏନଏସ) : ଭୋଗରାଇ ବ୍ଲକ ଅନ୍ତର୍ଗତ ନୟାପାଲି ଗ୍ରାମର ଆରାଧ୍ୟ ଦେବତା ବାବା କଞ୍ଚନେଶ୍ୱର ମହାଦେବଙ୍କ ପାଟପର୍ବ ଉପଲକ୍ଷେ ବରିଷ୍ଠ ନାଗରିକମାନଙ୍କୁ ଆୟୋଜିତ ସଭାରେ ସମ୍ବର୍ଦ୍ଧନା ଦିଆଯାଇଛି । ସାମ୍ବାଦିକ ଶିବନାରାୟଣ ପାତ୍ରଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପାତ୍ର, ମୁଖ୍ୟବକ୍ତା ଭାବେ ଓଡ଼ିଆ ଭାଷା ଓ ସଂସ୍କୃତି ସୁରକ୍ଷା ପରିଷଦର ପ୍ରତିଷ୍ଠାତା-ସମ୍ପାଦକ ରାଜକିଶୋର ଜେନା, ସମ୍ମାନିତ ଅତିଥି ଭାବେ ଖରିଦ ପିପଳ ସମବାୟ ସମିତିର ପ୍ରାକ୍ତନ ସଭାପତି ଆଶୁତୋଷ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ସମ୍ବର୍ଦ୍ଧିତ ପ୍ରତିଭା ଭାବେ ଶିକ୍ଷାବିତ୍ ରମେଶ ଚନ୍ଦ୍ର ପାତ୍ର, ବିଶିଷ୍ଟ ପାଲା ଓ ମଙ୍ଗଳ ଗାୟକ ପଦ୍ମନାଭ ଦେ, ଅବସରପ୍ରାପ୍ତ ଷ୍ଟେଷ୍ଟ ବ୍ୟାଙ୍କ ସମୀକ୍ଷକ ନିତ୍ୟଗୋପାଳ ପାତ୍ର, ଅବସରପ୍ରାପ୍ତ ସ୍ଥଳ ସେନାଧିକାରୀ ମୃତ୍ୟୁଞ୍ଜୟ ପାତ୍ର, ବରିଷ୍ଠ ନାଗରିକ ହରିଶ ଚନ୍ଦ୍ର ଦାସ , ହରେକୃଷ୍ଣ ଦେ , ସୁଧାଂଶୁ ପାତ୍ର , ଗଗନ ବିହାରୀ ମଣ୍ଡଳ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ପୂଜ୍ୟପୂଜା ଓ ଆଶୀର୍ବାଦ କାମନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ସଭାପତି ତଥା ସମାଜସେବୀ ତରୁଣକାନ୍ତି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ତତ୍ପର ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସହସ୍ରାଧିକ ଦର୍ଶକ ମାନେ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମନ୍ଦିର ମୁଖ୍ୟ ପରିଚାଳକ ମୃତ୍ୟୁଞ୍ଜୟ ଦେ, ପ୍ରଦୀପ ଦେ , ପାଟ ଭକ୍ତ ସୁଶାନ୍ତ ଦେ, ନୀଳମାଧବ ଦେ, ରଘୁନାଥ ଦେ, ବ୍ରଜକିଶୋର ଦେ , ଶିବଶଙ୍କର ଦେ, ହେମନ୍ତ ଦେ, ହେମନ୍ତ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.