
ସମ୍ବଲପୁର : ସମ୍ବଲପୁର ପୋଲିସର ପୁଣି ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧି ସୀତାରାମ ଷଡଙ୍ଗୀକୁ ଏନକାଉଣ୍ଟର କରିଛି ସମ୍ବଲପୁର ଗୋବିନ୍ଦପୁର ଥାନା ପୋଲିସ । ଗୋବିନ୍ଦପୁର ଥାନା ରଙ୍ଗଟିକିରା ଗାଁ ନିକଟରେ ଏନକାଉଣ୍ଟର କଲା ପୋଲିସ । ସୂଚନା ଯୋଗ୍ୟ ଯେ, ରବିବାର ଭୋର ୫ଟା ୧୫ ସମୟରେ ଏନକାଉଣ୍ଟର କରିଛି ପୋଲିସ । ସୀତାରାମ ନାଁରେ ଡକାୟତି, ଚୋରି, ହତ୍ୟ ଉଦ୍ୟମ ପରି ୨୫ରୁ ଅଧିକ ମାମଲା ରହିଛି । ପୋଲିସ ଆଜି ସକାଳେ ଗିରଫ କରିବାକୁ ଯାଇଥିବାବେଳେ ଗିରଫଦାରୀ ଏଡାଇବାକୁ ଯାଇ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା । ଫଳରେ ପୋଲିସ ଆତ୍ମରକ୍ଷା କରିବା ସହ ଏନକାଉଣ୍ଟର କରିଛି । ସୀତାରାମର ବାମ ଗୋଡରେ ଗୁଳି ବାଜିଥିବା ବେଳେ ପ୍ରଥମେ କୁଚିଣ୍ଡା ଓ ପରେ ଭୀମସାରରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ଗୁଳି, ୨ଟି ଖୋକା, ୧ ଲକ୍ଷ ଟଙ୍କା, ଗୋଟିଏ ବାଇକ ଜବତ କରିଛି ପୋଲିସ ।