centurian jitm

ଭବାନୀପାଟଣାରେ ଡିଫାଇନ କଳାହାଣ୍ଡିର ବିଶାଳ ସମାବେଶ

nschool

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣାରେ ଡିଫାଇନ କଳାହାଣ୍ଡିର ଏକ ବିଶାଳ ଶୋଭାଯାତ୍ରା ଏବଂ ସମାବେଶ ଆୟୋଜିତ ହୋଇଯାଇଛି । କଳାହାଣ୍ଡିରେ ଅନେକ ସମସ୍ୟା ରହିଛି । ଜିଲ୍ଲାରେ ଦାଦନ ସମସ୍ୟା ପ୍ରମୁଖ ଭାବେ ସମସ୍ୟା ଭାବେ ଉଭା ହୋଇଥିବାବେଳେ ବେରୋଜଗାରୀ, ଶିକ୍ଷିତ ବେକାରୀ, ମଦ ଯୋଗୁଁ ଅନେକ ପରିବାରରେ ଅଶାନ୍ତି ପରିସ୍ଥିତି ଦେଖାଯାଉଛି । ଜିଲ୍ଲାରେ ଚାଷୀଙ୍କ ସମସ୍ୟା ଲାଗିରହିଛି, ଖଣି ଖାଦାନରେ ଭର୍ତ୍ତି କଳାହାଣ୍ଡି ଜିଲ୍ଲାରେ ବହୁ ରାଷ୍ଟ୍ରୀୟ କମ୍ପାନୀ ଖଣି ଖନନ କରି ମାଲାମାଲ ହେଉଥିବାବେଳେ ଜିଲ୍ଲାର ବିକାଶ ହୋଇପାରୁନାହିଁ । କଳାହାଣ୍ଡି ଜିଲ୍ଲାରେ ସବୁକିଛି ଥାଇ ଆଜି ମାଁ ମାନଙ୍କ ଆଖିରେ ମୁଁ ନିରାଶ ଭାବ ଦେଖିପାରୁଛି ବୋଲି ଡିଫାଇନ କଳାହାଣ୍ଡିର ମୁଖ୍ୟ ମଧୁମହାନ୍ତି କ୍ଷୋଭ ପ୍ରକାଶ କରିଥିଲେ । ଏହା ସହ ଛାତ୍ର ଜୀବନରେ ଯେଉଁ କଳାହାଣ୍ଡିକୁ ଦେଖୁଥିଲି ଆଜି ମଧ୍ୟ ସେମିତି ରହିଛି, ଆଶାନୁରୂପ କୌଣସି ପରିବର୍ତ୍ତନ ହୋଇନାହିଁ । ଆଜି କଳାହାଣ୍ଡି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଶିଳ୍ପ ସବୁ କ୍ଷେତ୍ରରେ ପଛକୁ ରହିଯାଇଛି । ନାରୀ ମାନେ ଆଗକୁ ଆସିବାର ସମୟ ଆସିଛି । ନାରୀଶକ୍ତି ଏକ ଏମିତି ଶକ୍ତି ସବୁ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିବ । ଜିଲ୍ଲାର ଉନ୍ନତି ତଥା ବିକାଶର ଧାରାକୁ ଆଗକୁ ନେବାପାଇଁ ଆପଣ ମାନଙ୍କ ସହଯୋଗର ଆବଶ୍ୟକତା ଦରକାର ବୋଲି ଭବାନୀପାଟଣା ବିଜୁ କଲ୍ୟାଣ ମଣ୍ଡପରେ ଆୟୋଜିତ ବିଶାଳ ସମାବେଶରେ ଉପସ୍ଥିତ ଜନ ସାଧାରଣଙ୍କୁ ଶ୍ରୀ ମହାନ୍ତି ନିବେଦନ କରିଥିଲେ । ଜଳ, ଜଙ୍ଗଲ ଓ ଜମିକୁ ବଞ୍ଚାଇବା ପାଇଁ ଜୀବନ ଥିବା ଯାଏଁ ସଂଗ୍ରାମ ଜାରି ରହିବ ବୋଲି ମତ ପ୍ରକାଶ ଥଲେ । ସଭା ଆରମ୍ଭ ପୂର୍ବରୁ ସ୍ଥାନୀୟ କଲେଜ ଛକରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ବାହାରିଥିଲା । ମାଣିକେଶ୍ୱରୀ ଛକ, ଷ୍ଟେଚୁ ଛକ, ମାଣିକେଶ୍ୱରୀ ମନ୍ଦିର, ଜଗନ୍ନାଥ ମନ୍ଦିର, ସତ୍ୟ ସାଇ ସ୍କୁଲ ଛକ (ଘୋଡ଼ା ଘାଟ ଛକ) ଭାଗିରଥି ଇନ୍ ହୋଟେଲ, ଏମ୍ଏସ୍ଏ ଛକ ଦେଇ ବିଜୁ କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲା । ଏହି କ୍ରମରେ ଅନେକ ଅଞ୍ଚଳରୁ ନୂତନ ସଦସ୍ୟ ଡିଫାଇନ କଳାହାଣ୍ଡି ସଂଗଠନରେ ଯୋଡ଼ି ହୋଇଥିବା ବେଳେ ସଂଗଠନର ମୁଖ୍ୟ ଶ୍ରୀ ମହାନ୍ତି ନୂତନ ସଦସ୍ୟ ମାନଙ୍କୁ ସ୍ଵାଗତ କରିଥିଲେ । ଡିଫାଇନ କଳାହାଣ୍ଡିର ସଂଯୋଜକ ଜୟନ୍ତ ନାଏକ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.