jittmm
sonalika

କଣ୍ଟାବାଞ୍ଜିରେ ଓଡିଶା ପତ୍ରକାର ସଂଘର ବାର୍ଷିକ ଉତ୍ସବ : ସାମ୍ବାଦିକତା ସତିତ୍ୱର ପରିକ୍ଷଣ ରହିଛି

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ହୋଟେଲ ରୋୟଲ ତୁଲୀପଠାରେ ରବିବାର ଦିନ ଓଡ଼ିଶା ପତ୍ରକାର ସଂଘର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଭାବେ ଓଡ଼ିଶା ପତ୍ରକାର ସଂଘର ରାଜ୍ୟ ସଭାପତି ଅବିନାଶ ମିଶ୍ର, ସମ୍ପାଦକ ରାମଦାସ ଲିମା, ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ପୂର୍ବ ସୈନିକ ଗିରିରାଜ ସିଂହ ମାଝୀ, ସମାଜସେବୀ ଅଜିତ ଯୋଶୀ, ଜିଲ୍ଲା ପତ୍ରକାର ସଂଘ ସଭାପତି ତୁଳସୀ ଜଗତ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପାର୍ଥ ମହାପାତ୍ର ମଞ୍ଚାସୀନ ରହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂଜାର୍ଚ୍ଚନା କରି ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରାଯାଇଥିଲା । ପୁଲବମା ଠାରେ ହିନ୍ଦୁ ମାନଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ପ୍ରଥମେ ବିଧାୟକ ଶ୍ରୀ ବାଗ ତାଙ୍କର ବକ୍ତବ୍ୟରେ ସାମ୍ବାଦିକମାନଙ୍କୁ ଆମ ଚତୁର୍ଥ ସ୍ତମ୍ଭ କହିବା ସହ ଅଂଚଳରେ ଏମାନେ ହିଁ ବିଭିନ୍ନ ସମସ୍ୟା ଖବର ପ୍ରକାଶିତ କରି ପ୍ରଶାସନ ପାଖରେ ପହଞ୍ଚିବା ସହଜ ହେଉଛି । ସେହିପରି ସମସ୍ତ ଅତିଥି ମାନେ ସାମ୍ବାଦିକ ସୁରକ୍ଷା ସହ ଆଗମୀ ଦିନରେ ଏମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଶ୍ରୀ ମହାପାତ୍ର କହିଥିଲେ ଯେ ସାମ୍ବାଦିକ ହେବା ଅତି କଷ୍ଟ । କଷ୍ଟ ହେଲେ ବି ଦିନ ରାତି ଖବର କରିବା ରେ ପଛାଉନାହାନ୍ତି ସାମ୍ବାଦିକ । ତେବେ ସରକାର ମଧ୍ୟ ସମସ୍ତ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ଜରୁରୀ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ଶିଳ୍ପୀ ପ୍ରାଚୀ ପାଣିଗ୍ରାହୀ ପରିଚାଳନା କରିଥିଲେ । ତୁଳସୀ ଜଗତ ଧନ୍ୟବାଦ ଦେଇଥିଲେ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ସମ୍ବାଦିକତା କରୁଥିବା ସମସ୍ତ ସାମ୍ବାଦିକ, ସମାଜସେବୀ, ସଂଗଠନ, ବିଭିନ୍ନ ଦିଗରେ ଉତିଣ୍ଣ ହୋଇଥିବା ଯୁବକ ଓ ଯୁବତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଘର ବରିଷ୍ଠ ସାମ୍ବାଦିକ ଗୌରିଶଙ୍କର ପଟ୍ଟନାୟକ, ଯୁଗଳ କିଶୋର ଶବର, ରୋହନ ମହତ, ମୋହନ ସୁନା, ରାକେଶ ସରାଫ, ଭିକି ଶର୍ମା, ଟିକେଶ୍ଵର ତାଣ୍ଡି, ମିନିକେତନ ନିଆଲ, ପିତାମ୍ବର ଦୀପ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.