ନୂଆଖାଇ ପାଇଁ ନୃସିଂହନାଥ ପୀଠକୁ ଝିଟିକିରୁ ଆସିଲା ସାଲିଆନା ଭାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝିଟିକି ଗ୍ରାମରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ନୁଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରକୁ ଆସିଲା ସାଲିଆନା ଭାର । ଝିଟିକି ଗ୍ରାମର ଚାଷୀମାନଙ୍କ ସହ ସମଗ୍ର ଗ୍ରାମବାସୀ ପ୍ରାୟ ୩୦୦ ପରିବାର ଗାଁରେ ଘର ଘର ବୁଲି ସଂଗ୍ରହ କରି ଥିଲେ ନୁଆଁଖାଇ ସାମଗ୍ରୀ । ବୁଧବାର ପ୍ରାୟ ୪୦ ଜଣ ଗ୍ରାମବାସୀ ଚାଉଳ ୨ କୁଇଣ୍ଟାଲ ୫୧ କେଜି, ମୁଗ ସାଢେ ୫ କେଜି, ଘିଅ ୧ କେଜି, ଗୁଡ ୨ କେଜି, ଲୁଣ ୫ କେଜି ମାଖନ ୧୦ ଗୋଟି, ନଡ଼ିଆ ୫ଗୋଟି ଓ ଅନ୍ୟପନି ପରିବା ସହ ଅଙ୍ଗୁର କଦଳୀ ଭାରରେ ଆଣି ନୃସିଂହନାଥ ମନ୍ଦିରର ଭଣ୍ତାର ମହୁରୀ ସତ୍ୟ ପୁରୋହିତ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ପାଖରେ ଜମା ଦେଇଛନ୍ତି । ହରି ଧରୁଆ, ମେନେଜର ଧରୁଆ, ବ୍ରହ୍ମ ଧରୁଆ, ଅପିଁନ ଭୋଇ ପ୍ରମୁଖଙ୍କ ସହ ୪୦ ଜଣ ଗ୍ରାମବାସୀ ସାଲିଆନା ଭାର ସହ ଆସିଥିଲେ । ସେମାନେ ସମସ୍ତେ ନୃସିଂହ ମହାପ୍ରଭୁଙ୍କୁ ଦର୍ଶନ କରି ଅନ୍ନ ପ୍ରସାଦ ଖାଇ ଖୁସିରେ ଘରକୁ ଫେରିଥିଲେ । ହରି ଧରୁଆଙ୍କୁ ଏନେଇ ପଚାରିବାରୁ ଆମେ ଆଣୁଥିବା ଜିନିଷ ନୂଆଖାଇ ଦିନ ଠାକୁରଙ୍କ ଠାରେ ଭୋଗ ଲଗାଯାଇ ଭକ୍ତ ମାନଙ୍କୁ ଅର୍ଣ୍ଣ ପ୍ରସାଦ ବଣ୍ଟା ଯାଉଥିବାରୁ ପ୍ରତିବର୍ଷ ଆମେ ସାଲିଆନା ଭାର ମନ୍ଦିରକୁ ଆଣିଥାଉ ବୋଲି ସେ କହିଥିଲେ ।

Leave A Reply

Your email address will not be published.