
କଂଟାବାଂଜି, (ମନୀଷ କୁମାର ହଂସ) : କଂଟାବାଂଜି କର୍ଲାବାହାଲି ନିକଟରେ ଥିବା ସଲାସର ପାଇପ ଫ୍ୟାକ୍ଟ୍ରିର ମାଲିକ ବେଦ ପ୍ରକାଶ ଶର୍ମାଙ୍କ ଫ୍ୟାକ୍ଟ୍ରିର ଜମି ବିବାଦ ଓ ଫ୍ୟାକ୍ଟ୍ରି ନାମରେ ଅନୈତିକ ବ୍ୟାଙ୍କ ଋଣ ଥିବା କଂଟାବାଂଜିର ଜଣେ ବ୍ୟବସାୟୀ ତଥା ଜମି ମାଫିଆ ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ବ୍ୟାଙ୍କ ଋଣ କେଉଁ ଜମି ଉପରେ ନିଆହୋଇଛି ସେ ଉପରେ ଅଭିଯୋଗ କରି ବିଭିନ୍ନ ସମୟରେ ସୂଚନା ଅଧିକାର ଆଇନ ବଳରେ ହଇରାଣ ହରକତ କରୁଥିବାରୁ ମାନସିକ ଚାପ ଯୋଗୁଁ ବୁଧବାର ସଂଧ୍ୟାରେ ନିଜ ଫ୍ୟାକ୍ଟ୍ରିରେ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ଫ୍ୟାକ୍ଟ୍ରି ମାଲିକ । ବୁଧବାର ସଂଧ୍ୟାରେ ସଲାସର ପାଇପ ଫ୍ରାକ୍ଟ୍ରିର ମାଲିକ ବେଦ ପ୍ରକାଶ ଶର୍ମା ଏକ ଖବରଦାତା ସମ୍ମିଳନୀ କରିଥିଲେ । ଏହି ଖବରଦାତା ସମ୍ମିଳନୀରେ କଂଟାବାଂଜିର ଏକ ବ୍ୟବସାୟୀ ତଥା ଜମି ମାଫିଆ ବିଭିନ୍ନ ସମୟରେ ଫ୍ୟାକ୍ଟ୍ରିକୁ ସଂପୂର୍ଣ୍ଣ ବନ୍ଦ କରିଦେବା ଧମକ ଦେଇ ହଇରାଣ ହରକତ କରୁଥିବା ଅଭିଯୋଗରେ କହିଛନ୍ତି । ଏପରିକି ଫ୍ୟାକ୍ଟ୍ରିର ୨୦ ଲକ୍ଷ ଟଙ୍କା କେସ କ୍ରେଡିଟ ଓ ୫୫ ଲକ୍ଷ ଟଙ୍କା ଟର୍ମ ଋଣ କଂଟାବାଂଜି ବଜାର ବ୍ରାଂଚ ଷ୍ଟେଟ ବ୍ୟାଙ୍କ ଶାଖାରୁ ଅନୈତିକ ଋଣ ନେଇଥିବା ସଂଗୀନ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଫ୍ୟାକ୍ଟ୍ରି ମାଲିକ । ଏପରିକି ଯେଉଁ ଜମିରେ ଫ୍ୟାକ୍ଟ୍ରି ରହିଛି ତାର ମୌଜା- କଂଟାବାଂଜି(ଖ) ଖତିୟାନ ନଂ. ୨୩୪/୧୦୮୬ ଏରିଆ ଏ.୦.୦୯୨ଡି.ଜମି ତାଙ୍କ ନିଜ ନାମରେ ଦର୍ଜ ରହିଥିବା କହିଛନ୍ତି ମାଲିକ । ଏହି ଜମିର ସଂପୃକ୍ତ କାଗଜାଦ ପ୍ରସ୍ତୁତି ହେଲା ପରେ ବ୍ୟାଙ୍କର ଦୁଇ ଜଣ ଓକିଲଙ୍କ ସୁପାରିଶ ପରେ ଋଣ ମିଳିଛି । ତାପରେ ମଧ୍ୟ ଅଭିଯୋଗକାରୀ କେଉଁ ସ୍ୱାର୍ଥରେ ତାଙ୍କୁ ବ୍ୟାଙ୍କ ଋଣ ଏବଂ ଜମିର ଅନୈତିକ କାଗଜପତ୍ର ଥିବା ଥାନାରେ ଅଭିଯୋଗ କରିଛି । ଯାହାର କଂଟାବାଂଜି ଥାନା କେସ (ନଂ.୧୬୦/୧୩.୭. ୨୦୨୧) । ବ୍ୟକ୍ତିଗତ ଆକ୍ରୋଶ ରଖି ହଇରାଣ ହରକତ କରିବା ସହିତ ମାନସିକ ଭାବେ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ ଧମକର ଶିକାର ହେଉଥିବା ଖବରଦାତା ସମ୍ମିଳନିରେ ପ୍ରକାଶ କରିଥିବା ବେଳେ ଏହି ଖବରଦାତା ବୈଠକରେ ଅଭିଯୋଗକାରୀ ବେଦ ପ୍ରକାଶଙ୍କ ସୂଚନା ମୁତାବକ କଂଟାବାଂଜି ବଜାର ବ୍ରାଂଚ ଷ୍ଟେଟ ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କା ସି.ସି. ଓ ୫୫ ଲକ୍ଷ ଟଙ୍କା ଟର୍ମ ଲୋନ ମିଳିଛି ଯାହାର ବ୍ୟାଙ୍କ କାଗଜାଦ ନଂ.ଆର.ଏମ.ଏମ.ଇ/୨୦୨୦-୨୧ ତା.୧୫.୪.୨୦୨୧ ଅଟେ । ବେଦ ପ୍ରକାଶ ଶର୍ମାଙ୍କ ଖବରଦାତା ବୈଠକ ମୁତାବକ ସଂପୃକ୍ତ ଅଭିଯୋଗକାରୀଙ୍କ ପ୍ରତିକ୍ରିୟା ପାଇଁ ତାଙ୍କ ଫୋନ ନଂ.୯୯୩୭୧୯୩୬୮୦କୁ ଯୋଗାଯୋଗ କରିବାରୁ ସ୍ୱିଚ୍ ଅଫ ଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
