oom

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ହଂସରାଜ ଜୈନଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ତଥା ୫ଟି ଅଧ୍ୟକ୍ଷଙ୍କୁ ସାକ୍ଷାତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହକୁର) : ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ, ପୂର୍ବ ବ୍ଲକ ଅଧ୍ୟକ୍ଷ ଓ ବିଜେଡ଼ି ରାଜ୍ୟ ସମ୍ପାଦକ ହଂସରାଜ ଜୈନ ଭୁବନେଶ୍ୱର ନବୀନ ନିବାସଠାରେ ଆମ ଓଡିଶା ନବୀନ ଓଡିଶା ତଥା ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ବିକାଶ ପାଇଁ ଭେଟିଥିଲେ ଏବଂ ଲିଖିତ ଅନୁରୋଧ କରିଥିଲେ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ ଏବଂ ଗୋଟିଏ ବିଜ୍ଞାପିତ ଅଂଚଳ ପରିଷଦର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଗୋଷ୍ଠୀର ଉନ୍ନତି, ଧର୍ମକ୍ଷେତ୍ରର ପୁନଃରୁଦ୍ଧାର ଏବଂ ପର୍ଯ୍ୟଟନ କ୍ଷେତ୍ର ଗୁଡିକର ସମ୍ପୂର୍ଣ୍ଣ ବିକାଶ ପାଇଁ ଲିଖିତ ଆପତ୍ତି କରିବା ସହିତ ମୌଖିକ ଆଲୋଚନା କରିଥିଲେ ଏବଂ ଶୀଘ୍ର ପଦକ୍ଷେପ ନେବା ପାଇଁ ଅନୁରୋଧ ରଖିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.