centurian jitm

ମହିଳା ସଶକ୍ତିକରଣ ନିମନ୍ତେ ଆଇନ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ

nschool

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ସ୍ଥିତ ଦାପ୍ତା ସଂସ୍ଥା ପରେ ସ୍ୱାତୀ ଅନୁଷ୍ଠାନ ପକ୍ଷରୁ ଏକ ଦୁଇଦିନିଆ ମହିଳା ସଶକ୍ତିକରଣ ନିମନ୍ତେ ଆଇନ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିବିରକୁ କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ ପଦ୍ମନାଭ ପୁରୋହିତ, ଡିଏସ୍‌ଡବ୍ଲୁଓ ଶ୍ରୀମତୀ ପୁଣ୍ୟବତୀ ହେଲେନସ୍‌ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ମହିଳାମାନଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାର ଏବଂ ହିଂସା ଶୋଷଣ ଆଦିକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇ ଅନେକଗୁଡିଏ ଆଇନ ପ୍ରଣୟନ କରିଛନ୍ତି । ଏହି ଆଇନଗୁଡିକ ସମ୍ପର୍କରେ ମହିଳାମାନେ ଅଧିକରୁ ଅଧିକ ସଚେତନ ହେବା ଆବଶ୍ୟକ ଆଇନକୁ ତର୍ଜମା କରି ସେମାନଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଏଭଳି ପ୍ରଶିକ୍ଷଣ ସହାୟକ ହୋଇପାରିବ ବୋଲି ଶ୍ରୀ ପୁରୋହିତ ମତବ୍ୟକ୍ତ କରିଥିଲେ । ଶିବିରର ଉଦ୍‌ଯାପନ ଦିବସରେ ଜିଲ୍ଲାର ମିଶନ ଶକ୍ତି କୋଡିନେଟର ତଥା ଆଇସିଡିଏସ୍‌ ସୁପର ଭାଇଜର ଶ୍ରୀମତୀ ସୁଷମା ମିଶ୍ର, ଡିଆଇପିଆର୍‌ଓ ମନୋଜ କୁମାର ବେହେରା, ଡିଏପିଟିଏ ସେକ୍ରେଟାରୀ ରାଜୁ ଶର୍ମା ଏବଂ ଜିଲ୍ଲା ଲୋକ ଅଦାଲତ ମେମ୍ବର ଶ୍ରୀମତୀ ଭବାନୀ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ମହିଳାମାନେ ପ୍ରଥମେ ନିଜଠାରୁ ପରିବର୍ତ୍ତନ ଆରମ୍ଭ କଲେ ସମାଜର ପରିବର୍ତ୍ତନ କରିପାରିବେ ବୋଲି ଅତିଥିମାନେ କହିଥିଲେ । ପୁରୁଷ ପ୍ରଧାନ ସମାଜରେ ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାକୁ ରୋକିବା ପାଇଁ ମାନସିକତାରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାଲିମଦାତା ଭାବେ ସୁଜାତା ମହାପାତ୍ର ଏବଂ ସତ୍ୟଜିତ୍‌ ପ୍ରତିହାରୀ ଯୋଗଦେଇ ଲିଂଗଗତ ହିଂସା, ପୋକ୍ସୋ ଆଇନ ଘରୋଇ ହିଂସା ଆଇନ ସମେତ ବିଭିନ୍ନ ଆଇନ ଗୁଡିକ ସମ୍ପର୍କରେ ଅବଗତ କରାଇଥିଲେ । ଏହି ଶିବିରରେ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.