- “ଉଲ୍ଲାସ ପରୀକ୍ଷା ଦେଲେ ୧୬୫୮୧ଜଣ”
ବଲାଙ୍ଗିର, (କେପିଏନ୍ଏସ୍) : କେନ୍ଦ୍ର ସରକାରଙ୍କ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ “ଉଲ୍ଲାସ” ଅନ୍ତର୍ଗତ ୨୦୨୫-୨୬ ଶିକ୍ଷା ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାୟନ ପରୀକ୍ଷା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାର ୧୪ଗୋଟି ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକର ପରୀକ୍ଷା କେନ୍ଦ୍ରରେ ୧୫ବର୍ଷରୁ ଅଧିକ ବୟସର ୧୬୫୮୧ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ଜିଲ୍ଲା ଓ ବ୍ଲକ ସ୍ତରରେ ଏହି ପରୀକ୍ଷାକୁ ତଦାରଖ କରିବା ନିମନ୍ତେ ସ୍ୱତନ୍ତ୍ର ମନିଟରିଂ ଦଳ ନିୟୋଜିତ କରାଯାଇଥିଲା । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା, ରୀନା କୁମାରୀ ବେହେରା ଓ ସେବାଶ୍ରୀ ଭୋଇଙ୍କ ସମେତ ୧୪ଗୋଟି ବ୍ଲକର ବିଇଓ, ଏବିଇଓ, ସିଆର୍ସିସି ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ ।