oom

ଛତ୍ରପୁରରେ ୫୮ତମ ଶାଖା ଭାବେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଶାଖା ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ଵାରା ଉଦ୍‌ଘାଟିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଦ୍ଵାରା ସ୍ଵୀକୃତି ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ନୂତନ ଶାଖା ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ନୂତନ ଶାଖାଟି ଗଞ୍ଜାମ ଜିଲ୍ଲାର ପଞ୍ଚମ ଏବଂ ରାଜ୍ୟର ୫୮ତମ ଶାଖା ଭାବେ ପରିଗଣିତ ହୋଇଥିବା ସରକାରୀ ଭାବେ କୁହାଯାଏ । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଭୁବନେଶ୍ଵର ଅଞ୍ଚଳରେ ଏହାର ଉପସ୍ଥିତିକୁ ସୁଦୃଢ କରିବା ସହ ଗ୍ରାହକଙ୍କ ନିକଟତର ହେବା ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ନୂତନ ଶାଖାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଛତ୍ରପୁର ଉପ-ଜିଲ୍ଲାପାଳ ଡଃ. ଶିବାଶିଷ ବରାଳ, ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଆଞ୍ଚଳିକ ପ୍ରବନ୍ଧକ ଦିଲ୍ଲୀପ କୁମାର ରାଉଳ ଏବଂ ଶାଖା ପ୍ରବନ୍ଧକ ଜିବିତେଷ ପରିଡା ପ୍ରମୁଖଙ୍କ ସକ୍ରୀୟ ଉପସ୍ଥିତ ଥିଲେ । ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ରାଉଳ ଭୁବନେଶ୍ଵରରେ ଶାଖା ସମ୍ପ୍ରସାରଣ ସମ୍ପର୍କରେ ନିଜର ମତ ରଖି ରାଜ୍ୟରେ ବ୍ୟବସାୟିକ ଅଭିବୃଦ୍ଧି ଓ ଋଣନୀତିକ ପ୍ରାଧାନ୍ୟ ରଖୁଥୁବା ଗଞ୍ଜାମ ଜିଲ୍ଲାରେ ଆଉ ଏକ ଶାଖା ଖୋଲାଯାଇଥିବାରୁ ସେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ । ଶାଖା ଏବଂ ଅନ୍ୟାନ୍ୟ ଚ୍ୟାନେଲଗୁଡିକର ଦ୍ରୁତ ବିସ୍ତାରିତ ନେଟ୍-ୱର୍କ ମାଧ୍ୟମରେ ଗ୍ରାହକଙ୍କୁ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବାରେ ଏହା ସହଯୋଗ କରିବ ବୋଲି ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର କର୍ତ୍ତୃପକ୍ଷ କହିଛନ୍ତି । ଏହା ଗ୍ରାହକ ସେବାକୁ ଅଧିକ ସୁଗମ କରିବା ସହ ଋଣ ବିତରଣରେ ଉନ୍ନତି ଆଣିବ ଏବଂ ଖୁଚୁରା, କୃଷି ଏବଂ ଏସ୍ଏସ୍ଏମ୍‌ର କ୍ଷେତ୍ର ଗୁଡିକ ପାଇଁ ଟର୍ଣ୍ଣ ଆରାଉଣ୍ଡ୍ ଟାଇମ୍ (ଟି.ଏ.ଟି.) ହ୍ରାସ କରିବ ଯାହା ଦ୍ୱାରା ଗ୍ରାହକମାନଙ୍କ ଆଦରତା ବୃଦ୍ଧି ପାଇବ ବୋଲି କୁହାଯାଇଛି ।

jittmm
Leave A Reply

Your email address will not be published.