
ବଲାଙ୍ଗିର, (କେପିଏନ୍ଏସ୍) : ୩୧ ଜାନୁାୟାରୀ ୨୦୨୪ରେ ମୁଥୁଟ୍ ଫାଇନାନ୍ସ ଓଡ଼ିଶାରେ ୯୧ତମ ଶାଖା ଏବଂ ବଲାଙ୍ଗିର ସହରର ଦ୍ୱିତୀୟ ଶାଖା ଗାନ୍ଧୀନଗରପଡ଼ା ଠାରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଏବଂ ସୁଭାଷ ଚନ୍ଦ୍ର ଦର୍ଜୀ ଯୋଗଦାନ କରି କମ୍ପାନୀର ସେବା ବିଷୟରେ ଆଲୋଚନା କରିଥିଲେ । ବଲାଙ୍ଗିର ଜିଲ୍ଲାର ଜନସାଧାରଣ କେମିତି ଉପକୃତ ହେବେ ତାହା ଶାଖାର ଶାଖା ପରିଚାଳକ ଅଭିମନ୍ୟୁ ବେହେରା ପୁଙ୍ଖାନୁପୁଙ୍ଖୁ ଭାବରେ ଉପସ୍ଥାପନା କରିଥିଲେ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।