ଆଜିଠୁ କାର୍ଯ୍ୟକାରୀ ହେଲା ୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ସହର ସ୍ଥିତ ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଠାରୁ ପୂର୍ଣ୍ଣ ମାତ୍ରାରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ କାର୍ଯ୍ୟକାରୀ କରାଯାଇଛି । ଏଣୁ ଏଣିକି ମାତୃ ଓ ଶିଶୁ ସମ୍ୱନ୍ଧୀୟ ସମସ୍ତ ଚିକିତ୍ସା ସେବା ସୁବିଧା ଏହି କେନ୍ଦ୍ରରେ ଜନସାଧାରଣଙ୍କ ନିମନ୍ତେ ଉପଲବ୍ଧ ରହିବ । ପ୍ରକାଶ ଥାଉକି ୨୦୨୨ ଜୁନ ୧୫ ତାରିଖରେ ଜିଲ୍ଲାର ଏହି ୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ଲୋକାର୍ପଣ ଜିଲ୍ଲାର ବିଭିନ୍ନ ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର, ଓଡିଶା ନିରଞ୍ଜନ ପୂଜାରୀ ଓ ଲୋକସଭା ସାଂସଦ ବଲାଙ୍ଗିର ଶ୍ରୀମତୀ ସଂଗୀତା କୁମାରୀ ସିଂହ ଦେଓଙ୍କ କରକମଳରେ ଅନୁଷ୍ଠିତ ହୋଇଥିଲା । ମାତ୍ର ତତ୍କାଳୀନ କୋଭିଡ ମହାମାରୀର ସଂକ୍ରମଣ ଓ ଭୟାବହତା ହେତୁ ଏହି ଚିକିତ୍ସାଳୟ କୋଠାକୁ ସ୍ୱତନ୍ତ୍ର ଭାବେ ଜିଲ୍ଲାର କୋଭିଡ ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ବ୍ୟବହୃତ କରାଯାଉଥିଲା । ମାତ୍ର ବର୍ତ୍ତମାନ କୋଭିଡ ପରିସ୍ଥିତିରେ ବିଶେଷ ସୁଧାର ଆସିଥିବାରୁ ଏହି କେନ୍ଦ୍ରକୁ ପୂର୍ଣ୍ଣ ରୂପରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ପାଇଁ ଉପଲବ୍ଧ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚୀତ କରାଯାଉଛି । ଜିଲ୍ଲାର ଜନସାଧାରଣ ଏହାର ସୁଯୋଗ ନେବାକୁ ଅନୁରୋଧ ।

Leave A Reply

Your email address will not be published.

error: Content is protected !!