om academy

ଛତ୍ରପୁରରେ ସୈନିକ ସ୍କୁଲ ପ୍ରତିଷ୍ଠା ନେଇ ଅନୁରୋଧ

jsm
  • ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଜେପି ଲିଗାଲ ସେଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ଼ି) : ଗଞ୍ଜାମଜିଲ୍ଲା ସଦରମହକୁମା ଛତ୍ରପୁର ଠାରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭାଜପା ଲିଗାଲ ସେଲ ପକ୍ଷରୁ ଅନୁରୋଧ ପତ୍ର ପଠାଯାଇଛି । ଏସମ୍ପର୍କରେ ଗଞ୍ଜାମ ଜିଲ୍ଲା ଭାଜପା ଲିଗାଲ ସେଲ୍‌ର ଆବାହକ ତଥା ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ ଚିଠି ପଠାଇଥିବା ନେଇ ସେ ସୂଚନା ଦେଇଛନ୍ତି । ସେ ଦର୍ଶାଯାଇଛନ୍ତି ଯେ, ଗତ ବଜେଟ୍‌ରେ ଦେଶରେ ୧୦୦ଟି ସୈନିକ ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ସରକାର ବ୍ୟୟ ବରାଦ କରିଛନ୍ତି । ଓଡିଶାରେ କେବଳ ମାତ୍ର ଗୋଟିଏ ଭୁବନେଶ୍ୱରରେ ସୈନିକ ସ୍କୁଲ ରହିଛି । ଦକ୍ଷିଣ ଓଡିଶାରେ ସୈନିକ ସ୍କୁଲ ପ୍ରତିଷ୍ଠାର ଆବଶ୍ୟକତା ଥିବା ବେଳେ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରଠାରେ ସମସ୍ତ ପ୍ରକାର ଭିତ୍ତିଭୂମି ରହିଥିବା ଯୋଗୁଁ ଏଠାରେ ଏହା ପ୍ରତିଷ୍ଠା କରାଯିବା ପାଇଁ ଅନୁରୋଧ କରିଛନ୍ତି । ଏହା ଏଠାରେ ପ୍ରତିଷ୍ଠା ହେଲେ ଦକ୍ଷିଣ ଓଡିଶାର କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର, ଗଜପତି ସମେତ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ବରିଷ୍ଟ ଆଇନଜୀବୀ ତଥା ଲିଗାଲସେଲ୍ ଆବାହକ ଶ୍ରୀ ପାଢୀ ଦର୍ଶାଇଛନ୍ତି । ଛତ୍ରପୁର ନିକଟବର୍ତ୍ତୀ ଗୋପାଳପୁର ବନ୍ଦର, ଭାରତୀୟ ବିରଳ ମୂର୍ତ୍ତିକା(ଆଇ.ଆର୍‌.ଇ.ଏଲ୍‌, ଇଣ୍ଡିଆ) ଗୋଳାବନ୍ଧ ସ୍ଥ ଆର୍ମି ଏଡି କଲେଜ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ୫୧୬ ନମ୍ବର ଏବଂ ୧୬ ନମ୍ବର ଜାତୀୟରାଜପଥ, ଏବଂ ଗମନାଗମନ ଦୃଷ୍ଟିରୁ ଜଳପଥ, ଆକାଶପଥ, ଜାତୀୟରାଜପଥ ପାଶ୍ୱର୍ରେ ଛତ୍ରପୁର ସହର ଅବସ୍ଥିତ । ସର୍ବୋପରି ଛତ୍ରପୁର ଠାରେ ସୈନିକ ସ୍କୁଲ ପ୍ରତିଷ୍ଠା କରିବାକୁ ବିଜେପି ଲିଗାଲ ସେଲ ପକ୍ଷରୁ ଅନୁରୋଧ କରାଯାଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜରିଆରେ ଚିଠି ପଠାଇଛନ୍ତି । ଏହାର ସଫଳତା ନିମନ୍ତେ ଛତ୍ରପୁରବାସୀଙ୍କ ତରଫରୁ ଅନୁରୋଧ କାମନା କରାଯାଇଛି ।

Leave A Reply

Your email address will not be published.