centurian jitm

ଅନ୍‌ଲାଇନ୍‌ ଗେମ୍‌ ଖେଳାଇ ସାଧାରଣ ଜନତାଙ୍କ ଠୁ କୋଟି କୋଟି ଟଙ୍କା ଲୁଟି ଥିବା କୋଟିପତିକୁ ଗିରଫ କଲା ବଲାଙ୍ଗିର ସାଇବର ପୋଲିସ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଇବର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଅନ୍‌ଲାଇନ୍‌ ଗେମ୍‌ ଖେଳାଇ ସାଧାରଣ ଜନତାଙ୍କ ଠୁ ଲକ୍ଷେ କି ଦୁଇ ଲକ୍ଷେ ନୁହେଁ କୋଟି କୋଟି ଟଙ୍କା ଲୁଟି କୋଟିପତି ହୋଇଥିବା ଠକକୁ ଗିରଫ କରିବାରେ ସଫଳ ହୋଇଛି ବଲାଙ୍ଗିର ସାଇବର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ପାଇକସମରା ଗ୍ରାମର ଲକ୍ଷେଶ୍ୱର ମଲ୍ଲିକ ଓରଫ ଚିନୁ (୨୭) ବୋଲି ଜଣାପଡ଼ିଛି । ଏହି ଘଟଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଅଭିଳାଷ ଜି ଯୋଗ ଦେଇ ଗିରଫ ହୋଇଥିବା କୋଟିପତି ସାଇବର ଠକର କଳାକାରନାମା ଉପରେ ସୂଚନା ଦେଇଛନ୍ତି । ଏସ୍‌ପି ଅଭିଳାଷ ଜିଙ୍କ ସୂଚନା ଅନୁସାରେ ଗିରଫ ଅଭିଯୁକ୍ତ ଲକ୍ଷେଶ୍ୱର ଓରଫ ଚିନୁ ପ୍ରଥମେ ଏକ ୱେବସାଇଟ୍‌ ଖୋଲିଲା, ତାପରେ ଏକ ଗେମିଙ୍ଗ୍‌ ଏପ୍‌ସ ଖୋଲିଲା । ଆଉ ସେହି ଗେମିଙ୍ଗ୍‌ ଏପ୍‌ରୁ ହିଁ ହଜାର ହଜାର କି ଲକ୍ଷ ଲକ୍ଷ ନୁହେଁ କୋଟି କୋଟି ଟଙ୍କା ଲୁଟ୍‌ କରି ନିଜେ ହୋଇଗଲା କୋଟିପତି । କୋଟିପତି ହୋଇ ଦାମକିଆ ମୋବାଇଲ୍‌ ସହ ଦାମିକିଆ ଥର କାର୍‌, ବୁଲେ୍‌ଟ, କେଟିଏମ୍‌ ବାଇକ, ସ୍କୁଟି ଭଳି ଗାଡ଼ି ଚଢୁଥିବା ବେଳେ ଦାମିକିଆ ମୋବାଇଲ ଫୋନ୍‌ ମଧ୍ୟ ଥରୁଥିଲା । ବଲାଙ୍ଗିର ପୋଲିସ ହାତରେ ଯେତେବେଳେ ଏହି କୋଟିପତି ଠକ ଧରାପଡ଼ିଛି ପୋଲିସ ତା ଠାରୁ ଏକ ଦାମିକିଆ ଥର କାର୍‌, ବୁଲେ୍‌ଟ ଗାଡ଼ି, କେଟିଏମ୍‌ ବାଇକ, ସ୍କୁଟି ଓ ପିକ୍‌ଅପ୍‌ ଭଳି ଗାଡ଼ି ଜବତ କରିବା ସହ ବ୍ୟାଙ୍କରେ ଥିବା୨୫ଲକ୍ଷଟଙ୍କା ଫ୍ରିଜ୍‌ କରିଥିବା ବେଳେ ନଗଦ ୭ ଲକ୍ଷ ୫ହଜାର ଟଙ୍କା, ୧୪ଟି ହାଇ ଆଡ଼ଭାନ୍ସ ମୋବାଇଲ୍‌, ଚାରୋଟି ଲାପ୍‌ଟପ୍‌, ୨ଟି ସ୍ୱିପ୍‌ ମେସିନ୍‌, ଚେକ୍‌ ବୁକ୍‌, ଡେ଼ବିଟ୍‌ କାଡର଼୍ କ୍ରେଡ଼ିଟ୍‌ କାଡର଼୍ ଓ ପାନ୍‌ କାଡର଼୍ ଜବତ କରିଛି ପୋଲିସ ବୋଲି ଏସ୍‌ପି କହିଛନ୍ତି ।

Leave A Reply

Your email address will not be published.