ଛତ୍ରପୁର ଅଞ୍ଚଳର ବିଭିନ୍ନ ଶୈବପୀଠ ଓ ଦେବାଳୟମାନଙ୍କରେ ବ୍ୟାପକ ଆୟୋଜନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଅଞ୍ଚଳର ବିଭିନ୍ନ ଶୈବପୀଠ, ମନ୍ଦିର ଓ ଦେବାଳୟମାନଙ୍କରେ ମହାଶିବରାତ୍ରି, ଜାଗରମେଳା ଆଦି ମହୋତ୍ସବ ନିମନ୍ତେ ସ୍ୱତନ୍ତ୍ର ନୀତିକାନ୍ତି ଲାଗି ହୋଇଛି । ଛତ୍ରପୁର ଅଞ୍ଚଳର ବିଭିନ୍ନ ଶୈବପୀଠ ଓ ମନ୍ଦିରମାନଙ୍କରେ ସକାଳୁ ସକାଳୁ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଛି । ବିଭିନ୍ନ ସ୍ଥାନରେ ପୋଲିସ ପ୍ଲାଟୁନର ବ୍ୟବସ୍ଥା ଓ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ବିଭିନ୍ନ ମନ୍ଦିରମାନଙ୍କରେ ବର୍ଣ୍ଣାଢ଼୍ୟ ଆସର, ମେଳା-ମହୋତ୍ସବ, ନାମଯଜ୍ଞ, ଅନ୍ନଯଜ୍ଞ ଆଦି ଆୟୋଜିତ ହୋଇଅଛି । ପୂର୍ବଦିନ ମନ୍ଦିରମାନଙ୍କରେ ଚଳିତବର୍ଷ ମନ୍ଦିରର କାନ୍ଥ, ବାଡ଼, ଚଟାଣରେ ଚିତ୍ରକଳା, ଝୋଟି, ସୌନ୍ଦର୍ଯ୍ୟରେ ଭରପୂର କରାଯାଇ ସୁନ୍ଦର ଆଲୋକିକରଣ ହୋଇ ସହରଟି ସାରା ଉତ୍ସବମୁଖର ହୋଇଉଠିଛି ।

Leave A Reply

Your email address will not be published.