ବଲାଙ୍ଗିର, (କେପିଏନ୍ଏସ୍) : ଖୋର୍ଦ୍ଧାଠାରେ ଚାଲିଥିବା YONEX OSBA ALL ODISHA ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ବାଳକ ଅଣ୍ଡର-୦୯ ସିଙ୍ଗଲ ଗ୍ରୁପରେ ବଲାଙ୍ଗିର ପୁଅ ଅର୍ଣ୍ଣବ ସାହୁ ବିଜୟୀ ହୋଇଛନ୍ତି । ଓଡିଶାର ସମସ୍ତ ଜିଲ୍ଲାର ଖେଳାଳୀଙ୍କୁ ପରାସ୍ତ କରି ସେ ଏହି କୀର୍ତ୍ତି ହାସଲ କରିଛନ୍ତି । ଏହି ସଫଳତା ପଛରେ ଗୁରୁ ସୁରେନ ନେପାକ୍, ବଲାଙ୍ଗିର ବ୍ୟାଡମିଣ୍ଟନ ଆସୋସିଏସନର ସେକ୍ରେଟାରୀ ସୁରୁଲାଲ୍ ମଟାରୀ ତଥା ପିତା ବିଭୂତି ଭୁଷଣ ସାହୁ ଓ ମାତା ସଞ୍ଜୁ ସାହୁଙ୍କର ମାର୍ଗଦର୍ଶନ, ଓ ଆଶୀର୍ବାଦ ରହିଛି ବୋଲି କହନ୍ତି ଅର୍ଣ୍ଣବ । ଖବର ଜାଣିବା ପରେ ଅର୍ଣ୍ଣବଙ୍କର ଅଜା ଆଈ, ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ଖୁସିବ୍ୟକ୍ତ କରିଛନ୍ତି ।

Prev Post