oom

ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାହିତ୍ୟ ସନ୍ଧ୍ୟା ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପଧାନ) : ସ୍ୱସ୍ତି ସାହିତ୍ୟ ସଂସଦ ତରଫରୁ ଆୟୋଜିତ ମାସିକ ସାରସ୍ୱତ ସମାବେଶ ରାଉରକେଲାର ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ଗୋପବନ୍ଧୁ ପାଠାଗାରର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ଵସ୍ତିର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆମନ୍ତ୍ରିତ ସଭାରେ ଗୋପବନ୍ଧୁ ପାଠାଗାରର ସଭାପତି ନବଘନ ସାହୁ ସ୍ଵାଗତ ଅଭିଭାଷଣ ରଖିବା ସହିତ “ପରିବର୍ତ୍ତିତ ବିଶ୍ଵରେ ଆର୍ଥିକ ପରିସ୍ଥିତି ଓ ଭାରତ” ସଂପର୍କରେ ଏକ ଦୀର୍ଘ ଆଲୋଚନା ରଖିଥିଲେ ଶୀର୍ଷକ ଆଲୋଚକ ଇଂ ନଳିନୀ କାନ୍ତ ଧର । ପରେ ପରେ ବିଶିଷ୍ଟ ଗାଳ୍ପିକ କାଶୀନାଥ ନନ୍ଦୀ ଗଳ୍ପ ପଢ଼ିବା ସହିତ କବି ଡ଼.କୃପାସିନ୍ଧୁ ନାୟକ, ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ, ସୁଧୀର ମିଶ୍ର, ବ୍ରଜେନ୍ଦ୍ର ଦାସ, ରୀତାରାଣୀ ମହାପାତ୍ର, ଗୌତମ ଦାସ, ଅଶୋକ ପଟ୍ଟନାୟକ ଓ ସ୍ମିତା ମିଶ୍ର କବିତା ପାଠ କରିଥିଲେ । କବିତା ଗୁଡ଼ିକର ସଂଯୋଜନା ରଶ୍ମି ସାହୁ କରିଥିବା ବେଳେ କବିତାର ସମୀକ୍ଷା କବି ଅଙ୍ଗୁରବାଳା ପରିଡ଼ା ଓ ଗଳ୍ପ ସମୀକ୍ଷା ବବିତା ମହାପାତ୍ର କରିଥିଲେ ।ଏଥି ସହିତ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ସ୍ଵସ୍ତିର ଉପସଭାପତି ରାଜକୁମାର ମହାନ୍ତି ଓ ଧନ୍ୟବାଦ ଦେଇଥିଲେ ସ୍ଵସ୍ତିର ସହ-ସାହିତ୍ୟ ସଂପାଦକ ଅଶୋକ ପଟ୍ଟନାୟକ । ଏହି ସଭାରେ ସହରର ବହୁ ସାହିତ୍ୟ ପ୍ରେମୀ ଡ଼.ସୁମନ ଦତ୍ତ, ହରିହର ଶତପଥୀ, ଲକ୍ଷ୍ମଣ ଦାସ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ପରମେଶ୍ୱର ପ୍ରଧାନ, ରାଧାମୋହନ ନାୟକ, ଭଗବାନ ପରିଡ଼ା, ଶରତ ଦାସ, ପ୍ରତାପ ରାୟ, ଅଭିରାମ ପ୍ରଧାନ, ମଂଜୁଳା ରଥ, ଉର୍ବଶୀ ଦାସପତି, ପ୍ରକାଶ ସେଠୀ, ଉପେନ୍ଦ୍ର ବସ୍ତିଆ, ଗୀତାରାଣୀ ବେହେରା, ବସନ୍ତ ବିଶ୍ଵକର୍ମା, ପ୍ରଫୁଲ୍ଲ ସାମଲ, ନିରୂପମା ପତି, ନୃସିଂହ ବିଶ୍ୱାଳ, କୁଂଜ ବହାରି ରାଉତ, ସତ୍ୟ ମିଶ୍ର, ବ୍ରହ୍ମାନନ୍ଦ ପାଢ଼ୀ, ସୁଶାନ୍ତ ପାଣି, ବିଭୁତି ଦାସ, ବିଶ୍ୱାମିତ୍ର ଦାସ, ପ୍ରମୋଦ ପଟ୍ଟନାୟକ ଓ ଜି.କେ.ରାୟ ପ୍ରମୁଖ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.