
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ଅଭିନନ୍ଦନ ସାହିତ୍ୟ ପରିଷଦର ବିଶେଷ ଅଧିବେଶନ ସତ୍ୟବନ୍ତ ବେଦବାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବିବେକ ରଥ, ମୁଖ୍ୟବକ୍ତା ତରୁଣ ମିଶ୍ର, ସଂପାଦକ ଦିବାକର ହୋତା, ମହିଳା ମଂଚ ଆବାହିକା ମାଳତି ଉଦ୍ଗାତା ମଂଚାସୀନ ଥିଲେ ରତ୍ନମୟ ତ୍ରିପାଠୀ ମଂଚ ପରିଚାଳନା କରିଥିଲେ । ପବିତ୍ର ଗୁରୁ ଦିବସ ଅବସରରେ ବିଶିଷ୍ଟ ସାହିତ୍ୟିକ କପିଳ ପତିଙ୍କୁ ଜୀବନ ବ୍ୟାପି ସାହିତ୍ୟ ସାଧନା ପାଇଁ ଭାଗିରଥୀ ନେପାକ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନ୍ୟତମ ପ୍ରକୃତି ପ୍ରେମୀ ନିଳମଣୀ ବିଶ୍ୱାଳଙ୍କୁ ରକ୍ତଦାନ ଶିବିର ପରିଚାଳନା ତଥା ନୂତନ ପଲ୍ଲୀ ବନାନୀ ସୃଷ୍ଟି ପାଇଁ ଆଦର୍ଶ ପ୍ରକୃତି ପୁରୁଷ ଭାବରେ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଆନନ୍ଦ ବଡପଣ୍ଡା ଏବଂ କସ୍ତୁରୀ ରଥ ମାନପତ୍ର ପାଠ କରିଥିଲେ । ମଂଚାସୀନ ଅତିଥି ଗଣ ସାହିତ୍ୟିକ ଭାଗୀରଥି ନେପାକଙ୍କ ବିଭିନ୍ନ ସାହିତ୍ୟ କୃତି ଉପରେ ଆଲୋକପାତ କରିବା ସହ ଅଂଚଳର ବରପୁତ୍ରମାନଙ୍କ ସ୍ମୃତି ରକ୍ଷା ପାଇଁ ସହରର ଛକ ସ୍ଥାନରେ ସେମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ ସହ ସେମାନଙ୍କ ନାମରେ ବିଭିନ୍ନ ରାସ୍ତାର ନାମ ରଖିିବା ପାଇଁ ପ୍ରସ୍ତାବ ଦେଇଥିଲେ । ଜଗଦାନନ୍ଦ ଛୁରିଆ, ମନୋରଂଜନ ପୁରୋହିତ, ମାଳିଆ ଗଡୁଆ, ଶୁଭ୍ରାଂଶୁ ଶେଖର ପଣ୍ଡା, ପୀତବାସ ପଣ୍ଡା, ଅଚ୍ୟୁତାନନ୍ଦ ଉଦ୍ଗାତା, ବଳିଷ୍ଠ ପ୍ରଧାନ, ପ୍ରସନ୍ନ କୁମାର ମିଶ୍ର, ମଦନମୋହନ ରଥ, ଅରୁଣ କୁମାର ଖୁଆସ, ହୃଷିକେଶ ପୁରୋହିତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଅଭିନନ୍ଦନ ସାହିତ୍ୟ ପରିଷଦ ତରଫରୁ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ଅମ୍ରିତ ପଣ୍ଡା ଏବଂ ପ୍ରତିଶୃତି ନାୟକ, ଦ୍ୱିତୀୟ ଅମ୍ରିତା ରଥ, ତୃତୀୟ ଅନନ୍ୟା ରଥ, କଣ୍ଠ ସଂଗୀତ ପ୍ରତିଯୋଗିତାରେ ପ୍ରଥମ ଅଦ୍ୟାସା ଚାନ୍ଦ, ଦ୍ୱିତୀୟ, ପୌଲମୀ ଯୋଷୀ, ତୃତୀୟ ଶ୍ରୀୟାଂଶ ଯୋଷୀ, ଚିତ୍ରାଙ୍କନ ପ୍ରଥମ ଦିବ୍ୟ ରଂଜନ ଚୌଧୁରୀ, ଦ୍ୱିତୀୟ ଆଶୁତୋଷ ବଗର୍ତ୍ତି, ତୃତୀୟ ସୋମନାଥ ପାତ୍ର । ଧର୍ମବ୍ରତ ରଥ ଏବଂ ଆକୁଳ ବେହେରା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଂପାଦକ ଦିବାକର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।