centurian jitm

ମହାତ୍ମା ସୃଜନାୟନ ସାହିତ୍ୟ ପର୍ବ ପାଳିତ

nschool

କଟକ : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ବୀରେନ ମିତ୍ର ମହିଳା ମହାବିଦ୍ୟାଳୟରେ ମହାତ୍ମା ସୃଜନାୟନ ସାହିତ୍ୟ ପର୍ବ ପାଳିତ ହୋଇଯାଇଛି । ଉକ୍ତ ଅବସରରେ ଶିଶୁ ବିଶେଷଜ୍ଞ ଡାକ୍ତର ପ୍ରାକ୍ତନ ପ୍ରଫେସର ନିରଞ୍ଜନ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ପ୍ରଶାସନିକ ସଂସ୍କାର ହୋଇ ପାରିବ ବୋଲି ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଧ୍ୟାପିକା ଝାନ୍‌ସି ମିଶ୍ର ମହାତ୍ମା ବିଶ୍ଵର ଶ୍ରେଷ୍ଠ ସାମାଜିକ ସଂସ୍କାରକ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପଣ୍ଡିତ ନୀଳକଣ୍ଠ ରାଉତ ପୌାରାହିତ୍ୟ କରିଥିଲେ । ବିଶିଷ୍ଟ ଏବଂ ସମ୍ମାନିତ ଅତିଥି ଭାବେ ଡ଼. ଆଦିତ୍ୟ ପ୍ରତାପ ଧଳ, ସମ୍ପାଦକ ଉତ୍କଳ ସାହିତ୍ୟ ସମାଜ, ପ୍ରାବନ୍ଧିକା ମୀରା ବେଉରା, କବୟିତ୍ରୀ ସୁଚେଟା ନନ୍ଦ, ବରିଷ୍ଠ ସ୍ତମ୍ଭକାର ଲଳିତେନ୍ଦୁ ପଲାଉରି, ଚିତ୍ତରଞ୍ଜନ ପରିଡ଼ା, ପାଙ୍କଜିନି ପରିଡ଼ା ଯୋଗଦେଇ ଛାତ୍ର ସମାଜ ପାଇଁ ମହାତ୍ମାଗାନ୍ଧୀଙ୍କ ମାର୍ଗଦର୍ଶନକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ । ସୁ ସାହିତ୍ୟିକା ସୁରଭି ଦ୍ବିବେଦୀ ମଞ୍ଚ ପରିଚାଳନା କରିଥିଲେ । ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀମାନେ ସାମାଜିକ ପରିବର୍ତ୍ତନରେ ମହାପୁରୁଷଙ୍କ ଭୂମିକା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । କବି କବୟିତ୍ରୀମାନେ ମହାତ୍ମାଙ୍କ ସମ୍ପର୍କିତ କବିତା ପାଠ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ଡ. ସଂଗ୍ରାମ କେଶରୀ ସାମନ୍ତରାୟ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଶହେରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ମହାତ୍ମା ଜ୍ୟୋତି ପ୍ରତିଭା ପୁରସ୍କାର ଏବଂ ପଚାଶରୁ ଅଧିକ ସାରସ୍ୱତ ସ୍ରଷ୍ଟାମାନଙ୍କୁ ମହାତ୍ମା ଜ୍ୟୋତି ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଅଙ୍କିତ ଚିତ୍ର ପ୍ରଦର୍ଶିତ କରାଯାଇଥିଲା । ସତୁରୀରୁ ଅଧିକ ଛାତ୍ରଛାତ୍ରୀ ଏହି ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ସସ୍ମିତା ପଟ୍ଟନାୟକ, ଇତିଶ୍ରୀ ପତି, ଜନ ରଞ୍ଜନ ପ୍ରଧାନ, ନମିତା ମହାନ୍ତି, ଝୁମୁରି ସାହୁ, ଲୋକନାଥ ସେଠୀ ଏବଂ ରଜତ କୁମାର ବାରିକ ଶେଷ ପର୍ଯ୍ୟନ୍ତ ରହି ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.