ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ସୁବାସ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ସାଂସ୍କୃତିକ ସମ୍ପାଦିକା କବିତା ଦାଶଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି ଆସରରେ ପ୍ରାଧ୍ୟାପକ ପାରେଶ୍ୱର ବିଶ୍ୱାଳ ମୁଖ୍ୟ ଅତିଥି ଓ ବିଷୟ ବିଶେଷଜ୍ଞ ତଥା ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡ. ଅଶ୍ୱିନୀ କୁମାର ରାୟ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ “ସାହିତ୍ୟରେ ଜୀବନର ସ୍ୱର” ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ବିଶ୍ୱାଳ ଶବ୍ଦରୁ ଆମର ପରମ୍ପରା ଓ ସାହିତ୍ୟରେ ଶବ୍ଦ ବ୍ରହ୍ମ ସମ୍ପର୍କରେ ଆଲୋଚନା ସହ ଭାଗବତର ପ୍ରତ୍ୟେକ ଧାଡିର ଗୁରୁତ୍ୱ ତଥା କବି ଲେଖକଙ୍କ ଦ୍ୱାରା ଭାଷା ସମୃଦ୍ଧି ହୁଏ ବୋଲି ମତ ରଖିଥିଲେ । ବିଷୟ ବିଶେଷଜ୍ଞ ଡ. ରାୟ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ, ପରିବର୍ତ୍ତନାତ୍ମକ ଜୀବନ ଭିତରେ ଆମେ ଅଛୁ । ଅହିଂସା ହିଁ ପରମ ଧର୍ମ, ଜୀବନ ଯେ ପର୍ଯ୍ୟନ୍ତ ନ ଜଳିଛି ସେ ପର୍ଯ୍ୟନ୍ତ ଆଲୋକ ବାଣ୍ଟି ପାରିବ ନାହିଁ । ଏଥିସହ ବିଭିନ୍ନ କବି ଭୀମଭୋଇ, ଗୋପବନ୍ଧୁ, ବୁଦ୍ଧଦେବ, ରାମାୟଣ, ମହାଭାରତ, ଜଗନ୍ନାଥ ଦାସଙ୍କ ଜୀବନୀ ଓ ସେମାନଙ୍କର ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ମହାପାତ୍ର ସ୍ୱାଗତ ଭାଷଣ ଓ ପାଠାଗାର ସମ୍ପାଦକ ବିଭୁଦତ୍ତ ବେହେରା ପ୍ରାକ କଥନ ରଖିଥିଲେ । ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ “ଅତିଥି ପୁଅ” ସମ୍ପର୍କୀତ ଏକ ମାର୍ମିକ ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ବିଜୟିନୀ ଜେନା ଓ ମଞ୍ଜୁଳା କୁମାରୀ ରଥଙ୍କ ସଂଯୋଜନାରେ କିଶୋରୀ ମୋହନ କର, ଗୌତମ ଦାସ, ବ୍ରହ୍ମାନନ୍ଦ ପାଢ଼ୀ, ଦେବେନ୍ଦ୍ର କୁମାର ବଳ, ବଳରାମ ଦାଶ, କୁଞ୍ଜବିହାରୀ ରାଉତ, ସୁନିଲ କୁମାର ମହାନ୍ତି, ସୁବାଷିନୀ ସାହୁ, ମଞ୍ଜୁଳା କୁମାରୀ ରଥ, ବିଜୟିନୀ ଜେନା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଉପସଭାପତି ଅଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରକାଶ ଚନ୍ଦ୍ର ପାଢୀ, ଗୀତାଞ୍ଜଳି ମହାରଣା, ପ୍ରିୟା ପାତ୍ର, କୌଶଲ୍ୟା ମହାରଣା, ନିରୁପମା ଚାନ୍ଦ, ଡ. ଶକ୍ତିପ୍ରସାଦ ସାମନ୍ତରାୟ, ରାଜୀବ ପାଣି, ଅନିଲ ଦାଶ, ବସନ୍ତ ମହାରଣା, ହିମାଂଶୁ ସାହୁ, ଶ୍ରୀକାନ୍ତ ପାଣିଗ୍ରାହୀ, ଶରତ ରାଉତ, ସୁକାନ୍ତ ପତି, ବ୍ରଜେନ୍ଦ୍ର ଦାଶ, ଶରତ ସ୍ୱାଇଁ, ବିଶ୍ବନାଥ ପାଢ଼ୀ, କୁଳମଣି ଦାସ, ରବିନ୍ଦ୍ର ଠାକୁର, ସନ୍ତୋଷ କୁମାର ମହାପାତ୍ର, ପୁତୁଲ ଡୋଗ୍ରା, ସୁନିତା ମୁଲଚାନ୍ଦନୀ, ପ୍ରବୀର କୁମାର ଦୁବେ ପ୍ରମୁଖ ଉପସ୍ଥିତ ଥିଲେ ।