oom

ବାସନ୍ତୀ ପାଠାଗାରରେ ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ପାଠାଗାରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରଫେସର ଜେ.କେ ରାଓଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବେ ଡାଲମିଆ କଲେଜର ଅଧ୍ୟକ୍ଷା ଡ଼ଃ ହୀରଣ ଲୁଗୁନ ଆଲୋଚ୍ୟ ବିଷୟ ଓଡ଼ିଆ ଭାଷା ସଂସ୍କୃତିରେ ଲୋକ ପ୍ରିୟତା ସମ୍ପର୍କରେ ଆଲୋଚନା କରି କହିଲେ ଯେ, ଆମର ମହାନ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି । ଯେଉଁ ସଂସ୍କୃତିକୁ ଆମର କଳା, ସ୍ଥାପତ୍ୟ, ସାହିତ୍ୟ, ପରମ୍ପରା, ନୃତ୍ୟ, ସଂଗୀତ, ଓଡ଼ିଆ ଜାତିର ଭାଷା, ପରମ୍ପରା, ଐତିହ୍ୟ ଏହି ସଂସ୍କୃତିକୁ ରୁଦ୍ଧିମନ୍ତ କରି ଆସୁଛି । ଏଇମାନେ ସମସ୍ତେ ଏହାର ଗୋଟିଏ ଗୋଟିଏ ଅଙ୍ଗ ଯାହା ମାଧ୍ୟ୍ୟମରେ ଆମେ ଓଡ଼ିଆ ପଣକୁ ଜାହିର କରିପାରିଛୁ । ଆର୍‌ଏସ୍‌ପିର ପ୍ରାକ୍ତନ ମହାପ୍ରବନ୍ଧକ ନାରାୟଣ ପତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଲେ ଯେ, ଯେତେ ସବୁ ସାହିତ୍ୟିକ, ଗୁଣି ଜ୍ଞାନୀ ଲୋକ ଅଛନ୍ତି ସେହିଇମାନେ ଯାହା ଯାହା କହିଯାଇଛନ୍ତି, ଲେଖି ଯାଇଛନ୍ତି ପ୍ରକୃତରେ ସେ ସବୁରେ ଏତେ ଉପାଦାନ ଦେଇଯାଇଛନ୍ତି ଯେ ଆମେ ଆମର ଭାଷା ସଂସ୍କୃତି ବହୁତ ବଳିଷ୍ଠ ବୋଲି ମନେ କରିବା ଉଚିତ୍‌ । ଆମ ଭାଷା ସଂସ୍କୃତି ଭଳି ଅନ୍ୟ ଭାଷା ଏତେ ସରଳ ନୁହେଁ ।
ଏହି ଅବସରରେ ଗାଳ୍ପିକା ମଞ୍ଜୁଳା କୁମାରୀ ରଥ “ଅଭାବୀର ମନ” ସମ୍ପର୍କରେ ଏକ ଗଳ୍ପ ପାଠ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ କବି କିଶୋରୀ ମୋହନ କର, ବସନ୍ତ ବିଶ୍ୱକର୍ମା, ବ୍ରହ୍ମାନନ୍ଦ ପାଢ଼ୀ, ବିଜୟୀନୀ ଜେନା, ଗୌତମ ଦାଶ, ହରିହର ବେହେରା, ବଳରାମ ରାହୁଳ, ରାଜ କିଶୋର ମହାନ୍ତି, ହିମାଂଶୁ ସାହୁ, ଅଜୟ କୁମାର ମହାନ୍ତି, ଅଶୋକ ପଟ୍ଟନାୟକ ପ୍ରମୁଖ କବିତା ପାଠ କରିଥିବା ବେଳେ କବିତା ଗୁଡିକୁ ସଂଯୋଜନା କରିଥିଲେ ବିଜୟିନୀ ଜେନା ଓ ଗୌତମ ଦାଶ । ସାଂସ୍କୃତିକ ସମ୍ପାଦକ ସରୋଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଭୁଦତ୍ତ ବେହେରା, ସୁରେନ୍ଦ୍ର ନାଥ ସାବତ, ଶରତ ଚନ୍ଦ୍ର ରାଉତ, ଶରତ କୁମାର ସ୍ୱାଇଁ, କୁଳମଣି ଦାସ, ବିବେକ ପାତ୍ର, କବିତା ଦାଶ, କମଳ ଆଚାର୍ଯ୍ୟ, ନିରୁପମା ଚାନ୍ଦ, ଡା. ମନୋଜ କୁମାର ନାୟକ, ଡ଼ଃ ଶକ୍ତି ପ୍ରସାଦ ସାମନ୍ତରାୟ, ପ୍ରଫେସର ସୁବାସ ଲେଙ୍କା, ପ୍ରିୟା ପାତ୍ର, ସୀତାକାନ୍ତ ବିଶ୍ୱାଳ, ସୁମନ୍ତ ପତି, ଶ୍ରୀକାନ୍ତ ପାଣିଗ୍ରାହୀ, ରାଧା ମୋହନ ନାୟକ, ଅରବିନ୍ଦ ପାତ୍ର, ଡ଼ଃ ଅନଙ୍ଗ କୁମାର ପ୍ରହରାଜ, ସୁଶାନ୍ତ କୁମାର ନାୟକ, ମାଳତୀଲତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.