ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ଶିଶୁ ସାହିତ୍ୟ ଆସର

ରାଉଲକେଲା (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟଠାରେ ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ୱରେ ଶିଶୁସାହିତ୍ୟ ଆସର ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଆସରରେ ଡାକ୍ତର ଅନଙ୍ଗ କୁମାର ପ୍ରହରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ବିଜୟିନୀ ଜେନା ଯୋଗଦାନ କରିଥଲେ । ସାଧାରଣ ସଂପାଦକ ମନୋଜ କୁମାର ନନ୍ଦଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ସଭାରେ କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରିଥଲେ । ଅତିଥିମାନଙ୍କ ଦ୍ୱାରା ସର୍ବ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ଅର୍ପଣ କରିବା ସଙ୍ଗେ ସଙ୍ଗେ ପ୍ରଦୀପ ପ୍ରଜ୍ୱଳନ କରିଥଲେ । ‘ବନ୍ଦେ ମାତରଂ ‘ ର ୧୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଉର୍ବଶୀ ଦାଶ, ଗୀତାରାଣୀ ବେହେରା, ଲକ୍ଷ୍ମୀପ୍ରିୟା ବେହେରା, ସୁମିତ୍ରା ମଲ୍ଲିକ, ଆକାଂକ୍ଷା ମହାନ୍ତି, ଅମର ସାହୁ ପ୍ରମୁଖ ସଙ୍ଗୀତଗାନ କରିଥଲେ । ସ୍ୱର୍ଗତ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ଶଙ୍କର ପରିଡାଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଗଲା । ଶିଶୁ ସାହିତ୍ୟ ପ୍ରତି ପିଲାମାନଙ୍କୁ ଆକୃଷ୍ଟ କଲାଭଳି ଲେଖାର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱ ଦେବା ଏବଂ ବିଜ୍ଞାନ ଭିତ୍ତିକ ଲେଖାର ଆବଶ୍ୟକତା ଉପରେ ବକ୍ତା ଓ ଅତିଥିମାନେ ଗୁରୁତ୍ଵ ଆରୋପ କରି ଶିଶୁ ସାହିତ୍ୟ ସମାଜ ଗଠନର ସୂତ୍ରଧର ବୋଲି ମତ ରଖି ଥିଲେ । ପ୍ରଥମ ପର୍ଯ୍ୟାୟରେ ଉପେନ୍ଦ୍ର ବସ୍ତିଆ ଧନ୍ୟବାଦ୍ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଶିଶୁ କବିତା ପାଠ କାର୍ଯ୍ୟକ୍ରମରେ ସୁଶିଲ କୁମାର ଜେନା ସଭାପତିତ୍ୱ କରିଥିଲେ । ଉର୍ବଶୀ ଦାଶ, ସୁଶାନ୍ତ ନାୟକ ଏବଂ ସୁଚିତ୍ରା ଲେଙ୍କାଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠ କାର୍ଯ୍ୟକ୍ରମରେ ସତ୍ୟବ୍ରତ ଦାସ, ଉର୍ବଶୀ ଦାସ, କଳ୍ପନା ନନ୍ଦ, ଉପେନ୍ଦ୍ର ବସ୍ତିଆ, ଶ୍ୱେତ କୁମାର୍ ବେହେରା, ପ୍ରକାଶ ଚନ୍ଦ୍ର ସେଠୀ, ଦୀପ୍ତି ମହାନ୍ତି, ମଞ୍ଜୁଳା ରଥ, ନୃସିଂହ ଚରଣ ବିଶ୍ଵାଳ, ବଳରାମ ଦାସ, ଗଙ୍ଗାଧର ପୁହାଣ, ବ୍ରଜ ବିହାରୀ ଦାସ, ପ୍ରତାପ କୁମାର ପଣ୍ଡା, କୁଞ୍ଜ ବିହାରୀ ରାଉତ, ଗୀତା ରାଣୀ ବେହେରା ପ୍ରମୁଖ ବହୁ କବି କବିତା ପାଠ କରିଥଲେ । ରଘୁବର ଧଳ, ବ୍ରଜେନ୍ଦ୍ର ଦାସ, ଗୌତମ ଦାସ, ଅକ୍ଷୟ ସାମଲ, ଗୌତମ ଦାସ, ନିକୁଞ୍ଜ ବିହାରୀ ଦାଶ, ଦିବାକର ଦାସ, ରମେଶ ଶତପଥୀ, ସତ୍ୟ ନାରାୟଣ ଦାସ, ପ୍ରବୀର କୁମାର ଦୁବେ ପ୍ରମୁଖ ବହୁ କବି ଓ ଲେଖକ ଯୋଗଦାନ କରିଥିଲେ ।

Leave A Reply

Your email address will not be published.