centurian jitm

ଛତାପିପଲ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅନ୍ତର୍ଗତ ଛତାପିପଲ ଗ୍ରାମପଂଚାୟତ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଭାଗିରଥି ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବୁବେଲ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ତଥା ପ୍ରବଚକ ଅଶୋକ କୁମାର ମିଶ୍ର ମୁଖ୍ୟ ଅତିଥି, ସ୍ଥାନୀୟ ସରପଂଚ ସୈରେନ୍ଦ୍ରି ମହାକୁର ସମ୍ମାନିତ ଅତିଥି ତଥା ପୂର୍ବତନ ସଂପାଦକ ବତ୍ସରାଜ କଲତା, ପରିଚାଳନା କମିଟି ସଦସ୍ୟ ସୁଶୀଳ କଲତା, ଅନିରୁଦ୍ଧ କରନ ଓ ସୌଦାମିନୀ ବାରିକ ବରେଣ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ବିଦ୍ୟାଳୟର ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଓ କ୍ରିଡାଙ୍ଗନ କ୍ଲବର ୧୪୨ ଜଣ ଛାତ୍ରଛାତ୍ରୀ ଗଳ୍ପ ପଠନ, କବିତା ଆବୃତି, ପୁସ୍ତକ ସମୀକ୍ଷା, ଜିଜ୍ଞାସା ପ୍ରକଳ୍ପ ପ୍ରସ୍ତୁତି, କୌଶଳୀ ପ୍ରକଳ୍ପ ପ୍ରସ୍ତୁତି ତଥା ବର୍ଜ୍ୟବସ୍ତୁକୁ ଉପଯୋଗ କରି ବିଭିନ୍ନ ବସ୍ତୁ ନିର୍ମାଣ ଓ ଏହାର ପରିଚାଳନା ଭଳି ପ୍ରତିଯୋଗିତାରେ ଭାଗ ନେଇ ନିଜ ନିଜ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ପ୍ରତ୍ୟେକ କ୍ଲବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଉତ୍ସବରେ ପୂର୍ବତନ ଛାତ୍ରଛାତ୍ରୀ କମିଟି, ଅଭିଭାବକ- ଅଭିଭାବିକା କମିଟିର ୫୦ରୁ ଅଧିକ ସଦସ୍ୟ ପ୍ରକଳ୍ପ ପରିଦର୍ଶନ ତଥା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରକୃତିବନ୍ଧୁ ଶିକ୍ଷକ ଜୟକୃଷ୍ଣ ନାଏକ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଗୋବିନ୍ଦଚନ୍ଦ୍ର ପଟେଲ ମଂଚ ପରିଚାଳନା କରିଥିଲେ । ଉତ୍ସବକୁ ଗୋବିନ୍ଦ ଥାଟି, ଜୀବାନନ୍ଦ ଖମାରି, ଲାଲବାହାଦୁର ବାରିକ, ଯୁଧିଷ୍ଠିର ଡାଙ୍ଗ, ଶ୍ରୀପତି ପାତ୍ର, ତିର୍ଥରାଜ ପ୍ରଧାନ, ସୁନାବୀର ନାଗ ଓ ପରିଚାଳନା କମିଟିର ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.