centurian jitm

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା ସୁବାସିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ତଥା ଆଲୋଚକ ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ସାଂପ୍ରତିକ ଭାଷା ସାହିତ୍ୟକୁ ସମ୍ବାଦପତ୍ରର ଅବଦାନ’ ଉପରେ ଆଲୋଚନା କରିଥିଲେ । ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଶବ୍ଦର ସଂଜମତା ହିଁ ସାହିତ୍ୟ । ସାହିତ୍ୟ ଓ ସାମ୍ବାଦିକତା ପରସ୍ପର ପରିପୂରକ । ଭାଷା ବଂଚିଲେ ସାହିତ୍ୟ ବଂଚିବ । ଏମିତି ବି ସମ୍ବାଦପତ୍ର ପାଇଁ ସାହିତ୍ୟ ବଂଚିଛି । ତେଣୁ ସାହିତ୍ୟକୁ ସମ୍ବାଦପତ୍ରର ଅବଦାନ ଅତୁଳନୀୟ । ଏହା ସହ ସେ ଗୁଡିଏ ଠିକ୍ ଓ ଭୁଲ ଶବ୍ଦର ତର୍ଜମା କରିଥିଲେ । ଏହି ଅବସରରେ ସ୍ତମ୍ଭକାର ଭୂପେନ ମହାପାତ୍ର ‘ସ୍ବୀକାରୋକ୍ତି’ ଓ ସଂଜୀବ କୁମାର ଭୋଇ ‘ପାଦର ମାପ’ ଶୀର୍ଷକ ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ଉର୍ବଶୀ ଦାଶପତି ଓ ରଶ୍ମି ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ରବୀନ୍ଦ୍ରନାଥ ମହାନ୍ତି, ଉପେନ୍ଦ୍ର ବସ୍ତିଆ, ସୁମିତା ସ୍ବାଇଁ, ସଂଯୁକ୍ତା ଦାଶ, କୁଞ୍ଜବିହାରୀ ରାଉତ ଓ ସୁଭାସିନୀ ସାହୁ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିବା ବେଳେ ସର୍ବଶ୍ରୀ ଡଃ ସୁମନ ଦତ୍ତ, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, କିଶୋରୀ ମୋହନ କର, ସୌଦାମିନୀ ମିଶ୍ର, ମମତା ମହାପାତ୍ର, ରୀନା ପାତ୍ର, ଗୀତାଞ୍ଜଳି ମହାପାତ୍ର, ଶୁକଦେବ ସାହୁ, ଶ୍ରୀକାନ୍ତ ପାଣିଗ୍ରାହୀ, ରବିନ୍ଦ୍ର ଠାକୁର, କବିତା ଦାଶ, କମଳା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ସଭାପତିତ୍ୱ କରୁଥିବା ଶ୍ରୀ ବେହେରା ସ୍ବାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ଓ ସଂପାଦକ ଶ୍ରୀ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.