ସ୍ମୃତିରେ ସ୍ମୃତିରେ ମନୋରଞ୍ଜନ ସାହିତ୍ୟ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଢେଙ୍କାନାଳ ଜିଲ୍ଲାର ଜଣେ ପ୍ରମୁଖ ଲେଖକ ପଣ୍ଡିତ କବି ମନୋରଂଜନ ନନ୍ଦଙ୍କ ପଞ୍ଚମ ମାସିକ ଶ୍ରାଦ୍ଧ ସ୍ମୃତିସଭା ବଲାଙ୍ଗିରର ତହଁକ କୁଟୁମ୍ ତରଫରୁ ଅମଲା ଭବନଠାରେ ଆୟୋଜିତ ହୋଇଯାଇଛି । ଟିକିକାଇଁଚର ସଂପାଦକ ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପଞ୍ଚମ ମାସିକ ଶ୍ରାଦ୍ଧ ସ୍ମୃତି ସଭାରେ ଲୋକ ସଂସ୍କୃତିର ଗବେଷକ ନିମାଇଁଚରଣ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାମ୍ବାଦିକ ସନ୍ଦୀପ କୁମାର କୁଅଁର ସମ୍ମାନୀତ ଅତିଥି ଓ କବି ରାଜୀବ ଲୋଚନ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପଣ୍ଡିତ କବି ମନୋରଂଜନ ନନ୍ଦଙ୍କ ସାରସ୍ୱତ ସାଧନା ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପଣ୍ଡିତ କବି ସ୍ୱର୍ଗତ ନନ୍ଦଙ୍କ ସୁପୁତ୍ର ଇଂ ମାନସ କୁମାର ନନ୍ଦ ସୂଚନା ଦେଇଥିବା ବେଳେ ଏହି ଅବସରରେ ପଣ୍ଡିତ କବି ମନୋରଂଜନ ନନ୍ଦଙ୍କ ସ୍ମୃତିରେ ଅମ୍ଲାନ ପ୍ରତିଭାକୁ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । କବି ହୃଷିକେଶ ପୁରୋହିତ, ପ୍ରଭାସିନୀ ଭୋଇ, ମଦନମୋହନ ରଥ, ନନ୍ଦିନୀ ସାହୁ, କବିତା ମିଶ୍ର, ରତ୍ନମୟ ତ୍ରିପାଠୀ, ନିକିତା ସା, ସବିତା ମିଶ୍ର ଦାନୀ ସ୍ଵରଚିତ କବିତା ପାଠ କରିଥିଲେ । ତହଁକ କୁଟୁମ୍‌ର ସଂପାଦକ ରାଜେଶ ଦଣ୍ଡସେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.