oom

କାଶ୍ମୀର ପହେଲଗାମ୍‌ ଠାରେ ସନ୍ତ୍ରାଶବାଦୀଙ୍କ ଦ୍ୱାରା ସହୀଦ ହୋଇଥିବା ମୃତକଙ୍କ ପାଇଁ ବ୍ରାହ୍ମଣ ସମାଜ ଦ୍ୱାରା ପ୍ରାର୍ଥନା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ବ୍ରାହ୍ମଣ ସମାଜର ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ ପ୍ରାର୍ଥନା ସଭା ଆୟୋଜନା କରାଯାଇଥିଲା । କାଶ୍ମୀରର ପହେଲଗାମ୍‌ ଠାରେ ସନ୍ତ୍ରାଶବାଦୀ ଦ୍ୱାରା ନିହତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ନୃସିଂହ ମନ୍ଦିରରେ ପ୍ରଦୀପ ଜାଳି ତାଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ଉପସ୍ଥିତ ସଭ୍ୟମାନେ ସନ୍ତ୍ରାଶବାଦୀଙ୍କ ଏହି କାର୍ଯ୍ୟକଳାପକୁ ନିନ୍ଦା କରି ନିଜ ନିଜ ବକ୍ତବ୍ୟ ରଖି କହିଥିଲେ ଯେ ଭାରତରେ ଏହି ସନ୍ତ୍ରାଶବାଦୀମାନଙ୍କୁ ସମୁଲେ ନିପାତ କରାଯାଉ ଓ ସନ୍ତ୍ରାଶବାଦୀଙ୍କ ଦ୍ୱାରା ଚାଲିଥିବା ଏହି ନୃଶଂସ କାର୍ଯ୍ୟକୁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ କଠୋର ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିଲା । ଏହି ସଭାରେ ସମାଜର ଉପଦେଷ୍ଟା ସତ୍ୟବନ୍ତ ବେଦବାକ, ପୂର୍ବତନ ସଭାପତି ଗିରିଧାରୀ ଶତପଥି, ସଂପାଦକ ଜୟରାମ ମିଶ୍ର, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ସଭ୍ୟ ଶ୍ୟାମ ସୁନ୍ଦର ଦାଶ, ପୁରୁଷୋତ୍ତମ ପଣ୍ଡା, ପ୍ରଭାକର ମିଶ୍ର, ଗୋବିନ୍ଦ ମିଶ୍ର, ପ୍ରଭୁଦତ୍ତ ଶତପଥି, ସାମ୍ବାଦିକ ଗୋପବନ୍ଧୁ ଶତପଥି, ଶିବ ଶଙ୍କର ଖୁଆସ, ଜିବନ କୁମାର ତ୍ରିପାଠି, କୃଷ୍ଣଚନ୍ଦ୍ର ନାଥ, ପୂର୍ଣ୍ଣଚନ୍ଦ୍ର ଦାଶ, ଶକ୍ତିବାହୀନିର କସ୍ତୁରୀ ରଥ, ସାଗରିକା ଗୁରୁ, ଅନୁସୟା ବେଜ, ବର୍ଷାରାଣୀ ପୁରୋହିତ, ବନଶ୍ରୀ ଆଚାର୍ଯ୍ୟ, ଆଳତିପ୍ରଭା ମିଶ୍ର ଓ ରାଜଶ୍ରୀ ତ୍ରିପାଠୀ ଆଦି ସଭ୍ୟମାନେ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.