ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ବାସୁଦେବପୁର ଜନକଲ୍ୟାଣ ସମିତି ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଇରମ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଡ. ରବିନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଲକ୍ଷ୍ମଣନାଥ ଦାସଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ମିଶନ ନିର୍ଦ୍ଦେଶକ ଡା. ଲଲାଟ ଇନ୍ଦୁ ଆଚାର୍ଯ୍ୟ ମୁଖ୍ୟ ଅତିଥି, ରାଉରକେଲା ସ୍ବତନ୍ତ୍ର କାରାଗାରର ଜେଲର ନିରାକାର ପାଢୀ ସମ୍ମାନିତ ଅତିଥି, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ରାଜୀବ ପାଣି ମୁଖ୍ୟ ବକ୍ତା ଓ ପ୍ରଧ୍ୟାପକ ଭବେଶ ଚନ୍ଦ୍ର ସାହୁ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ସହିଦଙ୍କ ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ସଂପର୍କରେ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ରମାକାନ୍ତ ବେହେରା ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ଅନୁଷ୍ଠାନର ସଂପାଦକ ବିବେକାନନ୍ଦ ପଣ୍ଡା ଏଥିରେ ସହଯୋଗ କରିଥିଲେ । ଅତିଥିମାନେ ଇରମ ସହିଦ ସ୍ମୃତି ଦିବସ ପାଳନର ଆବଶ୍ୟକତା ଓ ସେ ସଂପର୍କରେ ଚମତ୍କାର ତଥ୍ୟ ଉପସ୍ଥାପନ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଡାକରାରେ ଭାରତଛାଡ ଆନ୍ଦୋଳନରେ ଭାଗନେଇ ୧୯୪୨ ମସିହା ସେପ୍ଟେମ୍ବର ମାସ ୨୮ତାରିଖ ଦିନ ଇଂରେଜ ଫୌଜଙ୍କ ଗୁଳିରେ ପ୍ରାଣବଳି ଦେଇଥିବା ୨୯ ଜଣଙ୍କ ସହିତ ତଥା ଗତ ଏକବର୍ଷ ମଧ୍ୟରେ ପରଲୋକଗତ ହୋଇଥିବା ଅନୁଷ୍ଠାନର ସଭ୍ୟ ବିଜୟରାମ ମହାପାତ୍ର, ଅମୂଲ୍ୟ କୁମାର ମହାପାତ୍ର, ନିରୋଦ କୁମାର ମହାନ୍ତି, କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା ପ୍ରଫେସର ପର୍ଶୁରାମ ପଣ୍ଡା, ପ୍ରାକ୍ତନ ସଭାପତି ଯଦୁନାଥ ଦାସ, ଶ୍ରମିକ ନେତା ବନମାଳି ଧୁପାଳ, ପ୍ରତିମା ପାଢୀ, ଅଭିଷେକ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଯୁକ୍ତ ୨ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଜୟଶ୍ରୀ ପ୍ରିୟଦର୍ଶନୀଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜକୁମାର ମହାନ୍ତି କାର୍ଯ୍ୟକ୍ରମର ସଂଯୋଜନା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଦେଶାତ୍ମକବୋଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସର୍ବଶ୍ରୀ କିଶୋରୀ ମୋହନ କର, ରଶ୍ମି ସାହୁ, ସ୍ନେହଲତା ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ରାଜୀବ ପାଣି, ସୁକାନ୍ତ କୁମାର ନାୟକ, ଅଶୋକ କୁମାର ପଟ୍ଟନାୟକ, ଅଭିରାମ ପ୍ରଧାନ, ମୀନକେତନ ପଶାୟତ, ଗଦାଧର ରଥ ଓ ସୁସ୍ମିତା ମହାପାତ୍ର ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ ବରିଷ୍ଠ ସଦସ୍ୟ ଶିକ୍ଷାବିତ୍ ଉଦୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ରାମଚନ୍ଦ୍ର ବେହେରା ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Prev Post