ଶହୀଦ ପରିବାରକୁ ଭେଟିଲା ଉଦାହରଣ ଟିମ୍

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସହିଦଙ୍କ ପ୍ରତି ସମର୍ପିତ ଅନୁଷ୍ଠାନ ଉଦାହରଣ ଟିମ୍ ଶହୀଦ ପରିବାରଙ୍କୁ ମନେ ପକାଇବା ସହିତ ଶହୀଦ ପରିବାରଙ୍କୁ ଲୋକଲୋଚନକୁ ଆଣିବା ଓ ତାଙ୍କର ସୁବିଧା ଅସୁବିଧାରେ ସହଯୋଗ କରିବା ଲକ୍ଷ୍ୟ ରଖିଥିବା ବେଳେ ଆଜି ‘ଉଦାହରଣ ଟ୍ରଷ୍ଟ’ ପକ୍ଷରୁ, ଟ୍ରଷ୍ଟର ଅଧ୍ୟକ୍ଷ ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତିଙ୍କ ନେତୃତ୍ୱରେ ଟ୍ରଷ୍ଟି ଚନ୍ଦ୍ରଶେଖର ଶତପଥୀ, ରୋହିତ କୁମାର ମହାନନ୍ଦିଆ ଓ ଶଙ୍କର ଜେନା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଗ୍ରାମକୁ ଯାଇଥିଲେ । ସେଠାରେ ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ଧର୍ମପତ୍ନୀ ପୂର୍ଣ୍ଣିମା ପୃଷ୍ଟି ଓ ତାଙ୍କ ପରିବାର ବର୍ଗ ସହିତ ସାକ୍ଷାତ କରି ତାଙ୍କର ଭଲମନ୍ଦ ବୁଝିଥିଲେ । ତା’ ସହିତ ତାଙ୍କର ସୁବିଧା ଅସୁବିଧାର ସମାଧାନ ପାଇଁ ପ୍ରତିଶୃତି ଦେଇ ଆସନ୍ତା ଜାନୁୟାରୀ ୨୨ ତାରିଖ ସୋମବାର ଦିନ ରାଉରକେଲା ସିଭିକ ସେଣ୍ଟରଠାରେ ଉଦାହରଣ ଟ୍ରଷ୍ଟ ପକ୍ଷରୁ ହେବାକୁ ଥିବା ଦ୍ୱିତୀୟ ସହିଦ ସମ୍ମାନ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ । ସେଠାରେ ସହିଦ ସ୍ୱର୍ଗତ ସୁଶାନ୍ତ ଖୁଣ୍ଟିଆଙ୍କ ଫଟୋଚିତ୍ରରେ ସମସ୍ତେ ପୁଷ୍ପ ଦେଇ ଶ୍ରଦ୍ଧାସୁମନ ଜଣାଇଥିଲେ ।

Leave A Reply

Your email address will not be published.