“ସହଯୋଗ” ପକ୍ଷରୁ ଉପକାରାଗାରରେ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପକାରାଗାରରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସହଯୋଗ” ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଜେଲ ସୁପରିଟେଣ୍ଡେଣ୍ଟ ଦଶମୀ ବାଗ, ଜେଲ ଡାକ୍ତର କୈଳାସଚନ୍ଦ୍ର ମେହେର ଅତିଥି ଭାବେ ଯୋଗ ଦେଇଥିଲେ । ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡଃ ପ୍ରଫୁଲ୍ଲ କୁମାର ମେହେର, ଚକ୍ଷୁ ବିଶେଷଜ୍ଞ ଡଃ ତନୁଜା ପାତ୍ର, ଡଃ ଶର୍ମିଷ୍ଠା ସାହୁ ଯୋଗଦେଇ ୭୬ଜଣ ଅନ୍ତେବାସୀଙ୍କ ମଧ୍ୟରୁ ୩୧ ଜଣଙ୍କ ଚକ୍ଷୁ, ରକ୍ତଚାପ ଓ ମଧୁମେହ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଟିମ୍ ସହଯୋଗର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶେଷରେ ଜେଲ ଫାର୍ମାସିଷ୍ଟ ପ୍ରକାଶ ଡାଲୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!