ସହାୟତାକୁ ଅପେକ୍ଷା କରି କରି ଆଖି ବୁଜିଲେ ଜୟକୃଷ୍ଣ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବିଧିର ବିଧାନ କେଡେ ନିଷ୍ଠୁର । ଖେଳିବା ଖାଇବା ବୟସରେ ଦୁନିଆକୁ ଭଲ ଭାବେ ଦେଖି ନଥିବା ଗରିବ ଅସହାୟ ପରିବାରରେ ଜନ୍ମିତ ଜୟକୃଷ୍ଣଙ୍କ ଆଜି ପରଲୋକ ହୋଇଯାଇଛି । କିଛି ଦିନ ଆଗରୁ ଆମେ ସହାୟତା ଅପେକ୍ଷାରେ ଫୁଲଝର ଗ୍ରାମର ଜୟକୃଷ୍ଣ ବୋଲି ଖବର ପ୍ରସାରଣ କରିଥିଲୁ । ସେହି ଖବରକୁ ଆମେ ସୋସିଆଲ ମିଡିଆରେ ଭାଇରାଲ କରିବା ସହ ଟୁଇଟରରେ ଟୁଇଟ୍ ମଧ୍ୟ କରିଥିଲୁ । କିନ୍ତୁ କିଛି ଲାଭ ହେଲାନାହିଁ ଜୟକୃଷ୍ଣ ସହାୟତାକୁ ଅପେକ୍ଷା କରି କରି ଆଖି ବୁଜି ଦେଇଛନ୍‌ନ୍ତି । ତାଙ୍କୁ କୌଣସି ପ୍ରକାର ସହାୟତା ମିଳିପାରିଲା ନାହିଁ । ତାଙ୍କର ଲିଭର୍ ଖରାପ୍ ହୋଇଯାଇଥିବା ଯୋଗୁଁ ସର୍ଜରୀ ପାଇଁ ୩ରୁ ୪ ଲକ୍ଷ ଟଙ୍କା ଦରକାର ପଡ଼ୁଥିବା ବେଳେ ବାପା ସୂଦୁର ତେଲେଙ୍ଗାନା ସ୍ଥିତ ଏକ ଇଟାଭାଟିରେ ବନ୍ଧା ପଡିଛନ୍ତି । ଲାଠୋର ଗ୍ରାମର ଦାଦନ ସର୍ଦ୍ଦାର୍ ମୁଜିବ ଖାନ୍ ସେମାନଙ୍କୁ କିଛି ଅଗ୍ରିମ ଦେଇ ଇଟା ଗଢ଼ିବାକୁ ପଠାଇଥିଲେ । ପୁଅର ରୋଗ ବିଷୟରେ ବାରମ୍ବାର ମୁଜିବ୍ ଖାନଙ୍କୁ ଜଣାଇଥିଲେ ମଧ୍ୟ ଜୟକୃଷ୍ଣଙ୍କର ବାପାଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ସେ ଚେଷ୍ଟା କରିନଥିଲେ । ଶେଷରେ ଦୁନିଆରୁ ଚାଲିଗଲେ ଆଖିରେ ଆଖିଏଁ ସ୍‌ସ୍ୱପ୍ନ ନେଇ ଜୟକୃଷ୍ଣ ଶବର । ଦେଖିବାକୁ ବାକି ରହିଲା ଏବେ ପ୍ରଶାସନ ପକ୍ଷରୁ କି ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ।

Leave A Reply

Your email address will not be published.