oum

ଅବିବାହିତା ନିରୀହ ମହିଳାଙ୍କୁ ସହାୟତା ଦାବୀ

jsm

ତୁରେକେଲା (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ୍‌ ଅନ୍ତର୍ଗତ ଲର୍କି ଗ୍ରାମର ଅବିବାହିତା ନିରୀହ ମହିଳା ପାଞ୍ଚ ପ୍ରଧାନ(୫୫)ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି । ସୂଚନା ଅନୁସାରେ ପାଞ୍ଚ ପ୍ରଧାନଙ୍କ ନିଜ ଲୋକ କହିଲେ କେହିନାହାନ୍ତି । କୁଲି ମଜୁରୀ କରି ଗୁଜୁରାଣ ମେଂଟାଉଛନ୍ତି ପାଞ୍ଚ । ଆଜି ପର୍ଯ୍ୟନ୍ତ ତାଙ୍କୁ ସରକାରୀ ଭତ୍ତା ମିଳୁନି କି ବିପିଏଲ୍‌ ଭୁକ୍ତ ମଧ୍ୟ କରାଯାଇ ନାହିଁ । ତେବେ ତାଙ୍କୁ ତୁରନ୍ତ ସରକାରୀ ଯୋଜନାରେ ସାମିଲ୍‌ କରାଯିବାକୁ ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.