om academy

ସରକାରୀ ଆର୍ଥିକ ସହାୟତା ଦାବୀ : ସାମ୍ବାଦିକ ସଂଘ ବୈଠକରେ ପ୍ରସ୍ତାବ ଆଗତ

jsm

କଂଟାବାଂଜି, (ଗୁରୁଦୟାଲ ହଂସ) : ସାଂବାଂଦିକ ସଂଘ କଂଟାବାଂଜିର ଏକ ଜରୁରୀକାଳୀନ ବୈଠକ ଆଜି ସ୍ଥାନୀୟ ପୂର୍ତ ବିଭାଗ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ବିଭିନ୍ନ ସମସ୍ୟା ସହିତ ଅଂଚଳର ସମସ୍ୟା ଉପରେ ଆଲୋଚନା କରାଯାଇଛି । ଏପରିକି କରୋନା ମହାମାରୀ ସଂକ୍ରମଣ ଯୋଗୁଁ ସାଧାରଣ ଜନତା ଠାରୁ ବଡବଡିଆଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିଛି । ସରକାରଙ୍କ ଯୋଜନା ଏହି କରୋନା ସଂକ୍ରମଣ ବେଳେ ଠିକ୍‌ ରୁପେ କାର୍ଯ୍ୟକାରୀ ହୋଇ ନଥିବା ବେଳେ ଗ୍ରାମାଂଚଳରେ ବସବାସ କରୁଥିବା ବ୍ୟକ୍ତି ଏବଂ ସାଧାରଣ ଲୋକଙ୍କ ପାଖକୁ ମଧ୍ୟ ଯୋଜନା ଠିକ୍‌ ଭାବେ ପହଂଚି ପାରୁନାହିଁ । ସରକାର କରୋନା ମହାମାରୀ ସଂକ୍ରମଣ ବେଳେ ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ସାହାଯ୍ୟ କରିଛନ୍ତି । ସରକାରଙ୍କ ସମସ୍ତ ଯୋଜନା ଲୋକ ଲୋଚନକୁ ଗଣମାଧ୍ୟମର ପ୍ରତିନିଧିମାନେ ପହଂଚାଇଛନ୍ତି । ହେଲେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କୌଣସି ପ୍ରକାର ସାହାଯ୍ୟ ସହଯୋଗ କରି ନାହାନ୍ତି ସରକାର । ପୁଣି କରୋନା ମହାମାରୀ ରୋଗ ବେଳେ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ କରୋନା ଯୋଦ୍ଧା ଆଖ୍ୟା ପାଇଥିଲେ ମଧ୍ୟ ବୀମା ବ୍ୟତୀତ ଅନ୍ୟ କୌଣସି ସହାୟତା ରାଶି ପାଇନାହାନ୍ତି । କିନ୍ତୁ ଦେଶର ଅନ୍ୟ ରାଜ୍ୟଗୁଡିକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜୀବନ ଜୀବିକା ପାଇଁ ଦଶହରା ଭଳି ପର୍ବ ବେଳେ ଆର୍ଥିକ ସହାୟତା ଯୋଗାଇଛନ୍ତି, ଯାହା ଆମ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଏକ ଉଦାହରଣ ଅଟେ । ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ସଂଘ ସଭାପତି ସୁବାଷ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଅନ୍ୟ ରାଜ୍ୟ ଭଳି ପୂଜାଭେଟି ଦେବା ପାଇଁ ସଂଘ ତରଫରୁ ପ୍ରସ୍ତାବ ଆଗତ କରି ସରକାରଙ୍କଠାରେ ଦାବୀ ଜଣାଇଛନ୍ତି । ଏହି ବୈଠକରେ ସଂଘର ଅନେକ ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.