ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଂପ୍ରତିକ କରୋନା ସମୟରେ ସବୁ ବର୍ଗର ଲୋକେ ଆର୍ଥିକ ସ୍ତରରେ ପ୍ରଭାବିତ ହୋଇଛନ୍ତି । ତେବେ ସର୍ବାଧିକ କଳାକାରମାନେ ପ୍ରଭାବିତ ହୋଇଛନ୍ତି । ପ୍ରାୟ ଦୁଇ ବର୍ଷ ହେବ କୌଣସି ପ୍ରକାର ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜିତ ହୋଇନାହିଁ । ଫଳରେ କଳାକାରମାନଙ୍କ ଏକମାତ୍ର ରୋଜଗାରର ପନ୍ଥା ବନ୍ଦ ହୋଇଯାଇଛି । ଏଭଳି ସମୟରେ କଳାକାରମାନଙ୍କ ପ୍ରତି ସହାୟତାର ହାତ ବଢାଇଛି ବଲାଙ୍ଗିରର ଅଗ୍ରଣୀ ସାଂସ୍କୃିକ ଅନୁଷ୍ଠାନ ଦୁଲଦୁଲି କଳା ପରିଷଦ । ଆଜି ସ୍ଥାନୀୟ କୋଶଳ କଳା ମଣ୍ଡଳ ଠାରେ ପରିଷଦ ତରଫରୁ ୨୦ଜଣ କଳାକାରଙ୍କୁ କିଟ ବଣ୍ଟନ କରାଯାଇଛି । ପରିଷଦର ସଂପାଦକ ବାସୁଦେବ ସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ କୁନା ବାଗ, ବରିଷ୍ଠ କଳାକାର ନବୀନ କୁଅଁର, ନେପାଳ ବାଗ ଓ ଗଜେନ୍ଦ୍ର ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଏହି ସହାୟତା ପ୍ରଦାନ ପଛରେ ଇଭେଣ୍ଟ ମ୍ୟାନେଜମେଣ୍ଟ ଆସୋସିଏସନ ଅଫ୍ ଓଡିଶାର ଗୁରୁତ୍ୱପୂର୍ଣ୍ଣ ସହଯୋଗ ରହିଛି ବୋଲି ଶ୍ରୀ ସା କହିଛନ୍ତି ।