ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୁଧ ହାର ପରିମାଣ ହ୍ରାସ ୮ ପ୍ରତିଶତ ରଖାଯାଇଛି । ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟରେ କର୍ମଚାରୀମାନଙ୍କୁ ଦିଆଯିବ । ପୂର୍ବରୁ ଏଥିରେ ସର୍ବାଧିକ ସୁଧ ହାର ୧୧.୫ ପ୍ରତିଶତ ଥିଲା । ବର୍ତ୍ତମାନ ଗୃହ ନିର୍ମାଣ ସହାୟତା ପରିମାଣ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ସହିତ ସୁଧ ପରିମାଣ ୮ ପ୍ରତିଶତକୁ ହ୍ରାସ କରାଯାଇଛି । ଜାତୀୟ ପେନସନ୍ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସହାୟତା ପାଇପାରିବେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.