ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ କଲେ ସରପଞ୍ଚ ତାରାକାନ୍ତୀ ତାଣ୍ଡି

ପାଟଣାଗଡ଼, (ଗୋରେଖନାଥ ବରିହା) : କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ କରାଯାଇଛି । ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଦମାଇଁପାଲି ପଞ୍ଚାୟତ ଦମାଇଁପାଲି ଗ୍ରାମର ଚନ୍ଦ୍ରମଣି ବାଗ (୪୫) ଦୀର୍ଘ ଦିନ ଧରି କିଡିନି ରୋଗରେ ଆକ୍ରାନ୍ତ ହୋଇଥିଲେ । ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ହୋଇଥିବା ଖବର ପାଇ ଦମାଇଁପାଲି ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ତାରାକାନ୍ତୀ ତାଣ୍ଡି ଉକ୍ତ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ମୃତକଙ୍କ ସ୍ତ୍ରୀ ଦୌପଦୀ ବାଗଙ୍କୁ ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ଚନ୍ଦ୍ରମଣି ବାଗ ଗରିବ ପରିବାର ହୋଇଥିବା ତଥା ପରିବାରର ଏକ ମାତ୍ର ରୋଜଗାର କ୍ଷମ ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.