ଛତ୍ରପୁର ଏନ୍‌ଏସି ପକ୍ଷରୁ ବ୍ୟାଙ୍କ ଋଣ ସମନ୍ୱୟ ମେଳା : ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଠା ଦୋକାନୀଙ୍କୁ ବ୍ୟାଙ୍କ ଋଣ ସହାୟତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏବେ ମହିଳାମାନେ ଘରର ରୋଷେଇ ଘରରେ ସିମିତ ନୁହଁନ୍ତି, ନିଜ ଘରର କାମ ସହ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ନିଜେ ସ୍ୱାବଲମ୍ବୀ ହେବା ଅବା ଆତ୍ମନିର୍ଭରଶୀଳ ହୋଇ ଭଲ ଦି ପଇସା ରୋଜଗାର କରିପାରୁଛନ୍ତି । ପ୍ରତି ସହରାଞ୍ଚଳରେ ଗଠନ ହୋଇଛି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ । ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ କରି ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରି ଆସୁଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନ୍‌ଏସି ପକ୍ଷରୁ ସ୍ଥାନୀୟ ରିକାପଲ୍ଲୀ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁଙ୍କ ପୌରହିତ୍ୟରେ ଦିନ ଦୟାଲ ଅନ୍ତର୍ଦ୍ୱୟ ଯୋଜନା ଓ ଜାତୀୟ ସହରାଞ୍ଚଳ ଜୀବିକା ମିଶନର ମିଳିତ ଆନୁକୂଲ୍ୟରେ ଗତକାଲି ବ୍ୟାଙ୍କ ଋଣ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ୧୧ ଗୋଟି ମହିଳା ଗୋଷ୍ଠୀ ଓ ୫ ଜଣ ଉଠା ଦୋକାନୀଙ୍କୁ ପ୍ରାୟ ୨୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସମସ୍ତ ବ୍ୟାଙ୍କ ଅଧିକାରୀ ମାନଙ୍କ ଉପସ୍ଥିତିରେ ଏହି ମହିଳା ଗୋଷ୍ଠୀ ଓ ଉଠା ଦୋକାନୀ ମାନଙ୍କୁ ଋଣ ସହାୟତାର ଚେକ୍ ପ୍ରଦାନ କରିଛନ୍ତି । ଛତ୍ରପୁର ଏନ୍‌ଏସିର ମହିଳା ଗୋଷ୍ଠୀ ମାନେ କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ସୁରକ୍ଷା ନିମନ୍ତେ ବିଭିନ୍ନ ସଚେତନମୂଳକ କାର୍ଯ୍ୟ ଠାରୁ ଆରମ୍ଭ କରି ଆହାର କେନ୍ଦ୍ର, ଘରକୁ ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ, ଏମ୍‌ସିସି ଏମ୍‌ଆର୍‌ଏଫ୍‌, ବର୍ଜବସ୍ତୁ ସଂଗ୍ରହ ପ୍ରକ୍ରିୟାରେ କାର୍ଯ୍ୟ ସାମିଲ ହୋଇ ସୂଚରୁରୂପେ ତୁଲାଇ ଆସିଛନ୍ତି । ଏହା ସହ ଗୋ ଖତ ବିକ୍ରୟ କରି ରୋଜଗାର କ୍ଷମ ହୋଇପାରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ମହିଳା ମାନଙ୍କୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ମହିଳା ମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବିଧାୟକ ଶ୍ରୀ ବେହେରା ମତବ୍ୟକ୍ତ ରଖିଥିଲେ । ଏହା ସହ ଛତ୍ରପୁର ବ୍ଲକର ଏସ୍‌ଏଚ୍‌ଜି ମା’ ମାନେ ବିଭିନ୍ନ କାର୍ଯ୍ୟ କରି ଗଞ୍ଜାମ ଜିଲ୍ଲାର ପ୍ରଥମ ସ୍ଥାନ ଅଧିକାର କରିବା ସହ ସେମାନଙ୍କ ପରିବାର ଚଳାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି । ସେହିପରି ଛତ୍ରପୁର ଏନ୍‌ଏସିର ମହିଳା ଗୋଷ୍ଠୀ ମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ନିଜ ପରିବାର ପ୍ରତିପୋଷଣ କରିବାରେ ସହାୟକ ହୁଅନ୍ତୁ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ସେହିପରି ଡୁଡା ପିଡି ସୁଦାମ ଚରଣ ମଣ୍ଡଳ ସହରାଂଚଳ ଗୁଡିକରେ ଏସ୍‌ଏଚ୍‌ଜି ମା’ ମାନେ ବିଭିନ୍ନ କାର୍ଯ୍ୟ କରି ଜିଲ୍ଲାର ଟେକ ରଖିବା ସହ ନିଜେ ମଧ୍ୟ ସ୍ୱାବଲମ୍ବୀ ହେଉଛନ୍ତି । ଛତ୍ରପୁର ଏନଏସିର ମହିଳା ଗୋଷ୍ଠୀ ମାନେ ପୂର୍ବରୁ ବିଭିନ୍ନ ବ୍ୟାଙ୍କରୁ ନେଇଥିବା ଋଣ ଗୁଡିକ ଶତ ପ୍ରତିଶତ ପୂରଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଛତ୍ରପୁର ଏନଏସିର ବିଭିନ୍ନ କାର୍ଯ୍ୟରେ ସାମିଲ୍ କରାଯାଇ ସ୍ୱାବଲମ୍ବୀ କରାଯାଉଛି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଣେଶବାବୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁରର ୫ରୁ ଉର୍ଦ୍ଧ୍ୱ ବ୍ୟାଙ୍କ ଅଧିକାରୀ ମାନେ ଯୋଗ ଦେଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ କୃଷ୍ଣ ପ୍ରସାଦ ମହାପାତ୍ର, ଶ୍ରୀମନ୍ତ ପାତ୍ର ଓ ଛତ୍ରପୁର ଏନଏସିର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.