ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଆର୍ଥିକ ସହାୟତା ପାଇଁ ନିବେଦନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ କୋକନରା ଗ୍ରାମର ଅସହାୟ ଗରିବ ଦିନ ମଜୁରିଆ ଭକ୍ତ ଚରଣ ରଣା(୩୯), ତାଙ୍କ ସ୍ତ୍ରୀ ବନିତା ରଣା(୩୫) ଏବଂ ତାଙ୍କ ଦୁଇ ପୁଅ ଓ ଝିଅ ସମୀର ରଣା(୧୧), ପ୍ରିୟଙ୍କା ରଣା(୭) ତଥା ତାଙ୍କ ବୁଢ଼ୀ ମା’ଙ୍କ ସହ ବେଶ ଖୁସିରେ ରହୁଥିଲେ । ସୂଚନା ଅନୁସାରେ ଭକ୍ତଚରଣ ଅଜଣା ରୋଗରେ ପୀଡିତ ହୋଇ ପ୍ରଥମେ ପାଇକମାଳ ଡାକ୍ତରଖାନାରୁ ଆରମ୍ଭ କରି ନୂଆପଡା, ବରଗଡ଼, ବୁର୍ଲା ପରେ ଆଚାର୍ଯ୍ୟ ହରିହର ଡାକ୍ତରଖାନା କଟକରେ ଚିକିତ୍ସିତ ହେବା ପରେ କ୍ୟାନସର ରୋଗରେ ଆକ୍ରାନ୍ତ ବୋଲି ପରିବାର ଲୋକେ ଜାଣିବାକୁ ପାଇଥିଲେ ସତେ ଯେମିତି ପାଦ ତଳୁ ମାଟି ଖସି ପଡ଼ିଲା । ଯାହା କିଛି ତାଙ୍କ ଜମି ବାଡ଼ି ଥିଲା ତାକୁ ବିକ୍ରି କରିବା ସହ ଧାର କରଜ କରି ପାଞ୍ଚ ମାସ ଧରି ଚିକିତ୍ସା କରି ଶେଷରେ ଘରକୁ ଫେରାଇ ଆଣିଲେ, ଏବେ ସେ ଶଯ୍ୟାଶାୟୀ, ଖଟରୁ ଉଠି ପାରୁନାହାନ୍ତି । ରୋଜଗାରିଆ ସ୍ୱାମୀଙ୍କ ଶଯ୍ୟାଶାୟୀ ହେତୁ ତାଙ୍କ ପରିବାର ବହୁ କଷ୍ଟରେ ଜୀବନ କାଟୁଛନ୍ତି । ପ୍ରତିଦିନ ତାଙ୍କ ଔଷଧ ବାବଦକୁ ୧୦୦୦ରୁ ୧୨୦୦ ଟଙ୍କା ଖର୍ଚ୍ଚ ହେଉଥିବା ତାଙ୍କ ସ୍ତ୍ରୀ ଜଣାଇଛନ୍ତି । ଏଣୁ ତାଙ୍କର ଔଷଧ ଖର୍ଚ୍ଚ ତଥା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଓ ଜିଲ୍ଲା ରେଡ୍‌କ୍ରସ୍ ପାଣ୍ଠିରୁ କିଛି ଆର୍ଥିକ ସହୟତା ଯୋଗେଇ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ତଥା କୌଣସି ସହୃଦୟ ବ୍ୟକ୍ତି କି ସହାୟକ ଅନୁଷ୍ଠାନ ସାହାଯ୍ୟର ହାତ ବଢ଼ାଇବା ପାଇଁ ତାଙ୍କ ପରିବାର ତଥା ଗ୍ରାମବାସୀ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.