ସର୍ପାଘାତରେ ମୃତ ପରିବାରକୁ ମିଳିବ ସରକାରୀ ସହାୟତା

ନୂଆପଡା : ନୂଆପଡା ଜିଲ୍ଲା କୋମନା ଥାନା ଦେଓହର୍ଦା ପଞ୍ଚାୟତ ଙ୍କୁଞ୍ଜଳପଡା ଗାଁର କଦମ୍ବ ନାଗଙ୍କ ସ୍ତ୍ରୀ ଉଷାଦେଇ, ଝିଅ ପୁଷ୍ପାଞ୍ଜଳି ନାଗ ଓ ପୁଅ ଧନୀରାମ ନାଗଙ୍କୁ ନେଇ ତାଙ୍କ ପରିବାର । ସୂଚନା ଅନୁସାରେ ଜମି ବାଡ଼ି କହିଲେ କିଛି ନାହିଁ । କୁଲି ମଜୁରି କରି ପରିବାର ପ୍ରତି ପୋଷଣ କରନ୍ତି । ଗତ ଫେବୃଆରୀ ମାସରେ କଦମ୍ବଙ୍କ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ଧରି ତେଲେଙ୍ଗାନା ରାଜ୍ୟ ୟାଡ୍ରି ଭୋନଗିର ଜିଲ୍ଲା ତୁରକାପାଲି ଥାନା ମାଧବପୁର ଗାଁକୁ ଇଟା ତିଆରି କାମରେ ଯାଇଥିଲେ । ସେଠି ସେ ଇଟା କାମରେ ନିୟୋଜିତ ହୋଇ ଇଟା କାମ କରୁଥିଲେ । ସୂଚନାନୁସାରେ ଗତ ଜୁନ ୧୧ ତାରିଖ ଭୋର ସକାଳେ କଦମ୍ବ ସୋଇଥିବା ସମୟରେ ଏକ ସାପ କାମୁଡି ଦେଇଥିଲା । ତାଙ୍କୁ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ତାଙ୍କର ଚିକିସୟାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଗତ ୧୪ ତାରିଖ ଦିନ ଶବକୁ ଧରି ଗାଁକୁ ଆଣି ସବସତ୍କାର କରିଥିଲେ । ଏକମାତ୍ର ରାଜଗାରକ୍ଷମ ସ୍ୱାମୀଙ୍କୁ ହରାଇ ସ୍ତ୍ରୀ ଅସହାୟ ହୋଇପଡିଥିଲେ । ତାଙ୍କର ଆଉ କୌଣସି ରାଜଗାରକ୍ଷମ ବ୍ୟକ୍ତି ନଥିବାରୁ ଦୁଇ ଶିଶୁଙ୍କୁ ଆଗାମୀ ଦିନର ଭବିଷ୍ୟତ ପାଇଁ କିଛି ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ଗଣମାଧ୍ୟମରେ ଅନୁରୋଧ କରିଥିଲେ । ଏହି ଖବର ଜାଣିଲା ପରେ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ନୂଆପଡା ଜିଲ୍ଲାପାଳ ସ୍ୱଧାଦେବି ସିଂହ, ମନ୍ତ୍ରୀ ଟୁକୁନି ସାହୁ, ଶିଶୁ ସୁରକ୍ଷା ୟୁନିଟ ନୂଆପଡା, ବିଡ଼ିଓ କୋମନାଙ୍କୁ ଏହି ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ଖବର ପାଇ ଉପଜିଲ୍ଲାପାଳ ଏହାର ତଦନ୍ତ କରିଛନ୍ତି । ଏହି ପରିବାରକୁ ସର୍ପାଘାତ ମୃତ୍ୟୁ ସହାୟତା ସହ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସେହିପରି ମୃତ୍ୟୁ ସାର୍ଟିଫିକେଟ ଆସିଲେ ଦୁଇ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯିବ ବୋଲି ଜିଲ୍ଲାପାଳ ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି ପ୍ରୟାସକୁ ସାଧାରଣରେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.