oom

ଛାତ୍ରୀଙ୍କୁ ‘ଫିଡ୍’ ତରଫରୁ ଶିକ୍ଷା ସହାୟତା

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ଦାତବ୍ୟ ଅନୁଷ୍ଠାନ “ଫିଡ୍”(ଫାଉଣ୍ଡେସନ୍ ଫର୍ ଏଜୁକେସନାଲ୍ ଏଣ୍ଡ୍ ଇକୋନୋମିକ୍ ଡେଭେଳପମେଣ୍ଟ୍) ତରଫରୁ ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମର କୁମାରୀ ଚନ୍ଦ୍ରକାନ୍ତି ହିଆଲ, ପିତା- ଈଶ୍ୱର ହିଆଲ ଏବଂ ବରପାଲି ବ୍ଲକ ଅନ୍ତର୍ଗତ ଜୁଲଟ ଗ୍ରାମର କୁମାରୀ ଲକ୍ଷ୍ମୀରାଣୀ କୁମ୍ଭାର, ପିତା ପ୍ରେମାନନ୍ଦ କୁମ୍ଭାରଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା ରାଶି ଯୋଗାଇ ଦିଆଯାଇଛି । ଚନ୍ଦ୍ରକାନ୍ତି ଝାରସୁଗୁଡାର ଲକ୍ଷ୍ମୀ ନାରାୟଣ ଡିଗ୍ରୀ କଲେଜରେ ପି. ଜି. ପାଠ୍ୟକ୍ରମ ୨୦୨୫-୨୬ ପାଇଁ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ଓ ନାମ ଲେଖାଇବା ପାଇଁ ୧୯,୨୯୫ ଟଙ୍କାର ଆବଶ୍ୟକତା ହେଉଥିଲା । ଠିକ ସେହିପରି ଲକ୍ଷ୍ମୀରାଣୀ ଆନ୍ଧ୍ରା କେଶରୀ କଲେଜରେ ବିଇଡି ପାଠ୍ୟକ୍ରମ ୨୦୨୫-୨୭ ପାଇଁ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ଓ ନାମ ଲେଖାଇବା ପାଇଁ ୧୫,୦୦୦ ଟଙ୍କାର ଆବଶ୍ୟକତା ହେଉଥିଲା । ମାତ୍ର ଉଭୟଙ୍କ ପରିବାରର ଦୁର୍ବଳ ଆର୍ଥିକ ଅବସ୍ଥା ତାଙ୍କର ପାଠ ପଢାରେ ପ୍ରତିବନ୍ଧକ ସାଜିଥିଲା । ତେଣୁକରି ସେମାନେ ଫିଡ୍ ଟ୍ରଷ୍ଟର ଦ୍ଵାରସ୍ଥ ହୋଇଥିଲେ । ଫିଡ୍ ଟ୍ରଷ୍ଟର ଚେୟାରମେନ ଫଣୀନ୍ଦ୍ର କୁମାର ତାଣ୍ଡି ଚନ୍ଦ୍ରକାନ୍ତି ଏବଂ ଲକ୍ଷ୍ମୀରାଣୀଙ୍କର ପାରିବାରିକ ସ୍ଥିତିର ଅନୁଧ୍ୟାନ କରିଥିଲେ ଏବଂ ଟ୍ରଷ୍ଟର ଅନ୍ୟ ସଦସ୍ୟ ସୁବାସ ତାଣ୍ଡି, କ୍ରୀଷ୍ଣା ସୁନା, ପ୍ରଦୀପ ନାଗ ଓ ଈଶ୍ୱର ନାଗଙ୍କ ସହିତ ସରକଣ୍ଡା ଓ ଜୁଲଟ ଗ୍ରାମକୁ ଯାଇ ଚନ୍ଦ୍ରକାନ୍ତି ଏବଂ ଲକ୍ଷ୍ମୀରାଣୀ ଉଭୟଙ୍କୁ ଦଶ ଦଶ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.