ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ଗ୍ରାମ ପଂଚାୟତର ନନ୍ଦପଣ୍ଡାପଲି ଗ୍ରାମକୁ ଯାଇ ଦୀର୍ଘ ଚାରିମାସ ହେବ କର୍କଟ ରୋଗରେ ପୀଡିତା ରମା ପରିଡାଙ୍କ ପରିବାରକୁ ସାକ୍ଷାତ କରି କିଭଳି ଭାବରେ ତାଙ୍କର ଚିକିତ୍ସା ଚାଲିଛି, ସେ ବିଷୟରେ ଆଲୋଚନା କରିଥିଲେ । ତାଙ୍କ ପରିବାର ଲୋକଙ୍କୁ ୧୦,୦୦୦ ଟଙ୍କାର ଆର୍ଥିକ ରାଶିର ଏକ ଚେକ ବିଧାୟକ ପ୍ରଦାନ କରିଥିଲେ । ନିର୍ବାଚନ ପରଠୁ ବିଧାୟକ ବିଭିନ୍ନ ଗ୍ରାମକୁ ଯାଇ ରୋଗରେ ପୀଡିତ ଲୋକମାନଙ୍କୁ ନିଜ ଖର୍ଚ୍ଚରୁ ସାହାଯ୍ୟ କରି ବହୁ ପ୍ରଶଂସା ପାଇଛନ୍ତି । ଏହି ଗ୍ରାମକୁ ବିଧାୟକଙ୍କ ସହ ସରପଞ୍ଚ ପ୍ରତିମା ଦାସ ଯାଇ ୫୦୦୦, ସମିତିସଭ୍ୟ ରାମ ଚନ୍ଦ୍ର ପରିଡା ୫୦୦୦, ବି.ସି.ସି. ବ୍ୟାଙ୍କ ନିର୍ଦ୍ଦେଶକ ଦୁର୍ଯ୍ୟୋଧନ ପରିଡ଼ା ୫୦୦୦, ଛତ୍ରପୁର ବ୍ଲକ ଅଧ୍ୟକ୍ଷା ୫୦୦୦ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରିଛନ୍ତି ।