oom

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶିପତ୍ର ପ୍ରଦାନ : ନିରାଶ ହେଲେ ବହୁ ବରିଷ୍ଠ ପ୍ରତିଭାବାନ କଳାକାର

jsmm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ବାଲିଗୁଡା ବ୍ଲକ ଗ୍ରାମାଞ୍ଚଳର ୨୬ ଜଣ କଳାକାର ଏବଂ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ୮ ଜଣ କଳାକାରଙ୍କୁ କଳାକାର ସହାୟତା ରାଶିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିଗୁଡା ବିଡ଼ିଓ ଶଶାଙ୍କଶେଖର ପାତ୍ରଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ନିଶାବତୀ ମଳିକଙ୍କ କରକମଳରେ ୨୬ ଜଣ କଳାକାରଙ୍କୁ ସହାୟତା ରାଶି ପ୍ରଦାନ ପତ୍ର ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ୮ ଜଣ କଳାକାରଙ୍କୁ ଉପାଧ୍ୟକ୍ଷା ଶାନ୍ତି ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦାନ କରିଥିଲେ । ଏନେଇ ସହାୟତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କଳାକାରମାନେ ଖୁସି ପ୍ରକଟ କରିଥିବା ବେଳେ ବହୁ ପ୍ରତିଭାବାନ କଳାକାର ଚୟନ ପ୍ରକ୍ରିୟାରେ କଟି ଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ବାରଖମା ଗ୍ରାମ ପଞ୍ଚାୟତରୁ ଲକ୍ଷ୍ମୀ ନାରାୟଣ ଦଣ୍ଡିଆ, ନାରାୟଣ ପଣ୍ଡା, ବାଲିଗୁଡା ଏନ୍‌ଏସିରୁ ସଂକୀର୍ତ୍ତନ ଗୁରୁ ଯୁଧିଷ୍ଠିର ପାତ୍ର, ଦଣ୍ଡନାଟ ଗୁରୁ ପୁରସ୍ତମ ନାୟକ, ଗାୟକ ବାହାନ ପାତ୍ର, ବଂଶୀ ବାଦକ କାହ୍ନୁ ଚରଣ ନାୟକ, ପ୍ରଦୀପ ମଳିକ, ପ୍ରଦୀପ କୁମାର ପାତ୍ରଙ୍କ ସମେତ ୩୪ ଜଣ କଳାକାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସହାୟତା ରାଶି ଗ୍ରହଣ କରିଥିବା ନେଇ ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.