centurian jitm

ଦୁସ୍ଥ ରୋଗୀଙ୍କୁ ମିଳିଲା ସ୍ୱାସ୍ଥ୍ୟବୀମା ସହାୟତା : ବିଡିଓଙ୍କୁ କୃତଜ୍ଞତା ଜଣାଇଲେ ପରିବାର ଓ ସାମାଜିକ କର୍ମୀ

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଖାଉଟୀ ପତ୍ରରେ ନାମ ଥାଇ ଆଧାରପତ୍ର ନଥିବାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତାରୁ ବଂଚିତ ଥିବା ଜଣେ ଦୁସ୍ଥ ରୋଗୀଙ୍କୁ ବୁଧବାର ସ୍ୱାସ୍ଥ୍ୟ ବୀମା ସହାୟତା ମାଧ୍ୟମରେ ଚିକିତ୍ସା ପ୍ରାପ୍ତ ହୋଇଛି । ଏଥିପାଇଁ ବୃଦ୍ଧାଙ୍କ ପରିବାର ଓ ସାମାଜିକ କର୍ମୀଙ୍କ ପକ୍ଷରୁ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲୀପ କୁମାର ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଚାଇଁପୁର ପଂଚାୟତ ଷଡ଼ାଙ୍ଗୋଇ ଦକ୍ଷିଣବାଡ଼ ଗ୍ରାମର ଉପେଇ ପରିଡ଼ା (୭୨) ଗୁରୁତର ଅସୁସ୍ଥ ହୋଇ ପଡ଼ିବା ଯୋଗୁ ତାଙ୍କୁ ଭୁବନେଶ୍ୱର ହାଇଟେକ୍‌ ଡାକ୍ତରଖାନାକୁ ନିଆଯାଇଥିଲା । ବୟସାଧିକ ଯୋଗୁଁ ଅଙ୍ଗୁଳି ଛାପ ଅପ୍‌ଲୋଡ଼୍‌ ହୋଇ ନପାରିବାରୁ ଆଧାରପତ୍ର ପ୍ରସ୍ତୁତ ହୋଇପାରି ନଥିଲା । ପରିବାରର ଖାଉଟୀ ପତ୍ରରେ ଉପେଇଙ୍କ ନାମ ଥିବା ସତ୍ୱେ ଆଧାରପତ୍ର ନ ଥିବାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବୀମାପତ୍ର ପ୍ରାପ୍ତ ହୋଇନଥିଲା । ଏ ସଂପର୍କରେ ବୃଦ୍ଧାଙ୍କ ନାତୁଣୀ ରୀନା ପରିଡ଼ା ଓ ଗ୍ରାମର ସାମାଜିକ କର୍ମୀମାନେ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ । ଉନ୍ନୟନ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ଖାଉଟୀ କଲ୍ୟାଣ ବିଭାଗୀୟ ଅଧିକାରୀଙ୍କ ମାଧ୍ୟମରେ ତୁରନ୍ତ ଅପଡେଟ କରି ପ୍ରମାଣପତ୍ର ସୋମବାର ପ୍ରଦାନ କରିଥିଲେ । ଫଳରେ ଉପେଇଙ୍କୁ ବୁଧବାର ସ୍ୱତନ୍ତ୍ର ଯତ୍ନଗୃହ (ଆଇ.ସି.ୟୁ.)ରେ ରଖାଯାଇ ଉତ୍ତମ ଚିକିତ୍ସା ଆରମ୍ଭ ହୋଇଛି ।

Leave A Reply

Your email address will not be published.