ରାଜ୍ୟରେ ଥିବା ୧୨୭ଟି ସହରାଞ୍ଚଳ ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ର ଗୁଡିକ ଏବେ ସଙ୍କଟାପନ୍ନ ଅବସ୍ଥାରେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ଥିବା ୧୨୭ଟି ସହରାଞ୍ଚଳରେ ଅବସ୍ଥାପିତ ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ର ଗୁଡିକ ଏବେ ସଙ୍କଟାପନ୍ନ ଅବସ୍ଥାରେ ଚାଲିଛି । ପୂର୍ବ ସରକାରଙ୍କ ସମୟରେ ସହରାଞ୍ଚଳର ଲୋକମାନଙ୍କ ଉଦ୍ଦେଶ୍ୟରେ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯିବା ନିମନ୍ତେ ରାଜ୍ୟ ସରକାର ପ୍ରତିଟି ସହରାଞ୍ଚଳରେ ସହରାଞ୍ଚଳ ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ର ମାନ ଖୋଲିଥିଲେ । ଏପରିକି ଆମ ରାଜ୍ୟରେ ପ୍ରମୁଖ ସହରାଞ୍ଚଳରେ ସର୍ବମୋଟ ୧୨୭ଟି ସହରାଞ୍ଚଳ ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ରମାନ ଖୋଲି ଆସିଥିଲେ । ସେହି ସମସ୍ତ ସ୍ଵାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଏବେ ଡ଼ାକ୍ତର ଶୂନ୍ୟତାରେ ରୋଗୀଙ୍କୁ ଚିକିତ୍ସା ଚାଲିଛି । ଅନେକ ଗୁଡ଼ିଏ କେନ୍ଦ୍ର ମାନଙ୍କରେ ଜଣେ ଲେଖାଏଁ ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟ ମାନଙ୍କ ତତ୍ତ୍ୱାବଧାନରେ ଏହି ସବୁ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଥିବା ଜଣାଯାଇଛି । ଲୋକମାନେ ସହର ଠାରୁ ଦୂରରେ ଥିବା ଗ୍ରାମାଞ୍ଚଳ ଗୁଡ଼ିକ ଏବେ ସହର ଉପରେ ନିର୍ଭରଶୀଳ ହୋଇ ଚଳି ଆସିଛନ୍ତି । ଲୋକମାନେ ସ୍ଵାସ୍ଥ୍ୟ ସେବା ପାଇବା ପାଇଁ ସହର ଅଭିମୁଖେ ଆସୁଥିବା ବେଳେ ଏବେ ସହରାଞ୍ଚଳରେ ଗଢ଼ି ଉଠିଥିବା ସେହି ସବୁ ଜନ ଆରୋଗ୍ୟ କେନ୍ଦ୍ରମାନ ଅର୍ଥାତ୍ ସହରାଞ୍ଚଳ ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ର ଗୁଡିକ ଏବେ ସଙ୍କଟାପନ୍ନ ଅବସ୍ଥାରେ ଚାଲିଛି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି । ପ୍ରଥମ କଥା ହେଲା ଏହି ସବୁ ସ୍ଵାସ୍ଥ୍ୟ-କେନ୍ଦ୍ରମାନଙ୍କରେ ଜଣେ ଲେଖାଏଁ ନିଯୁକ୍ତି ଡ଼ାକ୍ତରଙ୍କୁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଦରମା ଦେଉଥିବା ବେଳେ ଅନ୍ୟ ସମସ୍ତ ଜଣେ ଲେଖାଏଁ ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟ, ନର୍ସ ଓ ଅନ୍ୟ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ଦରମା ଦିନ ମଜୁରିଆ ହିସାବରେ ଏବଂ ନୋ-ୱାର୍କ, ନୋ-ପେ, ଏକ ସ୍ୱୀକୃତ ପ୍ରାପ୍ତ ସଂସ୍ଥା ଅଧିନରେ ଏହି ପ୍ରାପ୍ୟ ପାଇଥାନ୍ତି । ତାହା ପୁଣି ଦରମା ମଧ୍ୟ ଦେବାରେ ୧ ମାସ, ୨ ମାସ ହୋଇ ବହୁ ବିଳମ୍ୱ ହେଉଥିବା କୁହାଯାଏ । ଏହା ଏକ ବିଡମ୍ବନାର ବିଷୟ ହୋଇଛି । ଯାହା ଫଳରେ ସ୍ଵାସ୍ଥ୍ୟ କର୍ମଚାରୀମାନେ ବହୁ ହନ୍ତସନ୍ତ ହେଉଛନ୍ତି । ସୂଚନା ଯୋଗ୍ୟ ଯେ’ ରାଜ୍ୟର ୧୨୭ଟି ସହରାଞ୍ଚଳରେ ସ୍ଵାସ୍ଥ୍ୟ-ଆରୋଗ୍ୟ କେନ୍ଦ୍ର ମାନଙ୍କରେ ଜଣେ ଲେଖାଏଁ ଡ଼ାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ, ଲେବ୍ ଟେକ୍ନିସିଆନ୍, ଜଣେ ସହଯୋଗୀ କର୍ମୀ, ଜଣେ ହିସାବ ରକ୍ଷକ ତଥା ଡାଟା ଏଣ୍ଟ୍ରି-ଅପେରେଟର ଏବଂ ସଫେଇ କର୍ମଚାରୀ ଆଦି ଜଣେ ଲେଖାଏଁ ନିଯୁକ୍ତି ହୋଇ ଆସିଛନ୍ତି । ପୂର୍ବେ ପ୍ରତିଟି କେନ୍ଦ୍ରରେ ଜଣେ ଲେଖାଏଁ ଫିଜିଓଥେରପି ମଧ୍ୟ ନିଯୁକ୍ତି ଦେଇଥିଲେ । ବର୍ତ୍ତମାନ୍ ଏହି ସବୁ ସ୍ଵାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଗୋଟିଏ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିବା ଅବା’ ବାହାର କରି ଦିଆଯାଉଥିବା ଅଭିଯୋଗ ହେଉଛି । ଯାହା ଫଳରେ କି ସ୍ଵାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଦେଖାଦେଇଛି ।

Leave A Reply

Your email address will not be published.