
ବଲାଙ୍ଗିର, (କେପିଏନ୍ଏସ୍) : ଶୀତଳ ଷଷ୍ଠୀ ଶୋଭାଯାତ୍ରାରେ କଂପି ଉଠିଛି ବଲାଙ୍ଗିର ସହର । ରୀତିନୀତି ପରମ୍ପରା ଅନୁସାରେ ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ବିବାହ ସଂପନ୍ନ ପରେ ନିଜ ମନ୍ଦିରକୁ ଫେରିଛନ୍ତି ଦେବ ଦମ୍ପତ୍ତି । ଏବିଏସ୍ଏସ୍ କ୍ଲବ ଶୀତଳ ଷଷ୍ଠୀ ପୂଜା କମିଟିର ଶୋଭାଯାତ୍ରା ବେଶ୍ ଆକର୍ଷଣୀୟ ହୋଇଥିବା ଦେଖିବାକୁ ମିଳିଛି । ଗତ ରାତି ପ୍ରାୟ ୧୧ଟାରୁ ଏବିଏସ୍ଏସ୍ ପଡ଼ାରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିବା ବେଳେ ଆଜି ପୂର୍ବାହ୍ନ ୯ଟାରେ ନୃସିଂହ ମନ୍ଦିରକୁ ପହଂଚିଛି । ଶୋଭାଯାତ୍ରାରେ ଅଘୋରୀ ନୃତ୍ୟ, ନିଆଁ ଖେଳ, ପାଣି ଖେଳ, ବାଇନାଚ, ଡିଜେ, କଣ୍ଢେଇ ନାଚ, ସଂକୀର୍ତ୍ତନ ଆଦି ସାଂସ୍କୃତିକ ଦଳମାନେ ଅଂଶଗ୍ରହଣ କରିଥିଲେ । ଦେଖଣାହାରୀଙ୍କ ଭିଡ଼ରେ ଆଜି ସକାଳ ସମୟ ବଲାଙ୍ଗିର ସହର ବେଶ୍ ଭିଡ଼ ରହିଥିଲା । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଉଛୁଳି ପଡ଼ୁଥିଲା ବଲାଙ୍ଗିର ସହର ।