oom

ସହଯୋଗର ହାତ ବଢାଇଲେ ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହଯୋଗର ହାତ ବଢାଇଲେ ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମର ଲକ୍ଷ୍ମୀଧର ସରାଫ ନାମକ ଜଣେ ଚିତ୍ରଶିଳ୍ପୀ ଏବଂ କଳାକାର ଅନେକ ଦିନରୁ ରୋଗରେ ପୀଡିତ ଥିଲେ । ଗତକାଲି ତାଙ୍କ ଚିକିତ୍ସା ପାଇଁ ବୁର୍ଲାରୁ ରାଇପୁର ଯିବା ରାସ୍ତାରେ ଦେହାନ୍ତ ହୋଇଥିଲା । ତାଙ୍କ ପରିବାରରେ ସ୍ୱାମୀ ସ୍ତ୍ରୀ ଏବଂ ଦୁଇ ଝିଅ । ଅନେକ ଦିନରୁ ତାଙ୍କ ସ୍ତ୍ରୀ ମାନସିକ ରୋଗରେ ଆକ୍ରାନ୍ତ ଅଟନ୍ତି । ଦୁଇ ଝିଅଙ୍କ ପାଠପଢ଼ା ଚାଲିଥିବା ବେଳେ ଏବେ ଦୁହେଁ ବେସାହରା । ଏବେ ଘରେ କେବଳ ଦୁଇ ଝିଅ ଏବଂ ତାଙ୍କ ସ୍ତ୍ରୀ । ଏହି ଖବର ସମାଜସେବୀ ତୁଳସୀ ରାମ ଜଗତ ବଙ୍ଗୋମୁଣ୍ଡା ସରପଞ୍ଚ ତଥା ରାଜ୍ୟ ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଅଜିତ ଯୋଶୀଙ୍କୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ଅଜିତ ଯୋଶୀ ବଡବାଙ୍କି ପହଞ୍ଚି ପରିବାରକୁ ରାସନ୍ ସାମଗ୍ରୀ ଯୋଗାଇବା ସହ ତାଙ୍କୁ କିଛି ଆର୍ଥିକ ସହଯୋଗ କରିଥିଲେ । ଦୁଇ ଝିଅଙ୍କ ପାଠପଢ଼ା ଆଗକୁ କେମିତି କରାଯିବ ସେ ବିଷୟରେ ପରିବାର ସହ ଆଲୋଚନା କରି ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏନେକ ସମୟରେ ଦେଖିବାକୁ ମିଳିଛି ଯେ, ଅଜିତ ଯୋଶୀ ଏଭଳି ଖବର ପାଇବା ମାତ୍ରେ ସେହି ସ୍ଥାନକୁ ପହଞ୍ଚି ଯାଉଛନ୍ତି ଏବଂ ତାଙ୍କ ଦ୍ଵାରା ଯେଉଁ ସବୁ ସହଯୋଗ ହୋଇପାରିବ ସେ ସବୁ ସହଯୋଗ କରୁଥିବାରୁ ଅଞ୍ଚଳରେ ତାଙ୍କୁ ଅନେକ ପ୍ରଶଂସା କରାଯାଉଛି ।

jittmm
Leave A Reply

Your email address will not be published.