oom

ଡା. ଶଙ୍କର ରାମଚନ୍ଦାନୀଙ୍କୁ ସମ୍ମାନୀତ କଲା ବଲାଙ୍ଗିର ସିନ୍ଧି ପଞ୍ଚାୟତ : ଗରିବ କଲ୍ୟାଣ ପାଇଁ ୧ ଲକ୍ଷ ଟଙ୍କାର ସହଯୋଗ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡା. ଶଙ୍କର ରାମଚନ୍ଦାନୀ ବୁର୍ଲା ମେଡିକାଲ କଲେଜରେ ଏସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରନ୍ତି । କିଛି ବର୍ଷ ହେବ ବୁର୍ଲା ସ୍ଥିତ ନିଜ ବାସଭବନରେ କ୍ଲିନିକ୍‌ କରି ସେ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ କେବଳ ଗୋଟିଏ ଟଙ୍କାରେ ରୋଗୀଙ୍କ ଚିକିତ୍ସା ସହିତ ଔଷଧ ପ୍ରଦାନ କରି ଆସୁଛନ୍ତି । ଗୋଟିଏ ବର୍ଷରେ ସାତ ହଜାରୁ ଉଦ୍ଧ୍ୱର୍ ରୋଗୀଙ୍କୁ ସେ ଏହି ସେବା ଯୋଗାଇଥିବା ସୂଚନା ରହିଛି । ଅଂଚଳରେ ସେ ଗରିବ ଅସହାୟଙ୍କ ଏକ ଟଙ୍କିଆ ଡାକ୍ତର ବାବେ ବେଶ ପରିଚିତ । ଡା. ରାମଚନ୍ଦାନୀଙ୍କ ଏହି ମହତ ଉଦ୍ୟମକୁ ସମ୍ମାନ ଜଣାଇ ବଲାଙ୍ଗିରର ପୂଜ୍ୟ ସିନ୍ଧି ପଞ୍ଚାୟତ ତରଫରୁ ସ୍ଥାନୀୟ ମାରୱାଡି ସେବା ସଦର ପରିସରେ ଆୟୋଜିତ ସମ୍ମାନ ସମାରୋହରେ ଡା ରାମଚନ୍ଦାନୀ ଓ ଧର୍ମପତ୍ନୀ ଡା. ଶିଖା ରାମ ଚନ୍ଦାନୀଙ୍କୁ ସମ୍ମାନୀତ କରିଛି । ପୂଜ୍ୟ ସିନ୍ଧି ପଞ୍ଚାୟତର ସଭାପତି କହ୍ନେୟା ଲାଲ ମଲଙ୍ଗ୍‌ଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସମ୍ମାନ ସମାରୋହରେ ଡା. ଦମ୍ପତି, ବରିଷ୍ଠ ସହାହାକାର ଚୋତରାମ ଚନ୍ଦମାନୀ, ମିଲକି ରାମ ରାଜପୁତ, ମହିଳା ମଂଚ ସଭାନେତ୍ରୀ ମନ୍ଧୋତ୍ରି ମଲଙ୍ଗ, ମାରୱାଡି ସମ୍ମେଳନ ସଭାପତି ମହେନ୍ଦ୍ର ଅଗ୍ରୱାଲ ଓ ସଂପାଦକ ମୋହନ ଅଗ୍ରୱାଲ ମଂଚାସୀନ ଥିଲେ । ଅନୀଲ ମାଖିଜା ମଂଚ ସଂଚାଳନ କରିଥିଲେ । ସଭା ପ୍ରାରମ୍ଭରେ ଭଗବାନ ଝୁଲେଲାଲଙ୍କ ତୈଳ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ଜଳନ ଏବଂ ଭକ୍ତି ଗୀତ ପ୍ରସ୍ତୁତ କରାଯିବା ପରେ ସଭାପତି କହ୍ନେୟିୟା ମଲଙ୍ଗ ସ୍ୱାଗତ ଭାଷଣ ଦେଇଥିଲେ । ମୁସ୍କାନ ମଲଙ୍ଗ ଡା. ରାମଚନ୍ଦାନୀଙ୍କ ଜୀବନ ପରିଚୟ ପ୍ରଦାନ କରିଥିଲେ । ହିଟାଚି ମଲଙ୍ଗ, ମନ୍ଧୋତ୍ରି ମଲଙ୍ଗ, ନୀତିନ ମଲଙ୍ଗ, ମହେନ୍ଦ୍ର ଅଗ୍ରୱାଲ ଓ ମୋହନ ଅଗ୍ରୱାଲ ଦ୍ୱାରା ତାଙ୍କ ଉଦ୍‌ବୋଧନରେ ଡା. ରାମ ଚନ୍ଦାନୀଙ୍କ ସେବା ଭାବକୁ ପ୍ରଶଂସା କରାଯାଇ ସମସ୍ତକୁ ଏଥିରୁ ପ୍ରେରଣା ନେବା ଅବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ବଲାଙ୍ଗିର ସିନ୍ଧି ସମାଜ ତରଫରୁ ଡାକ୍ତର ଦମ୍ପତ୍ତିଙ୍କୁ ସମ୍ମାନୀତ କରାଯିବା ସହ ଗରିବ କଲ୍ୟାଣ ଉଦ୍ଦେଶ୍ୟରେ ୧ ଲକ୍ଷ ଟଙ୍କାର ସହଯୋଗ ରାଶି ପ୍ରଦାନ କରାଯାଇଥିଲା । ଡା. ଶଙ୍କର ରାମ ଚନ୍ଦାନୀ ନିଜ ବକ୍ତବ୍ୟରେ କହିଥିଲେ ଯେ ସେ ଗୋଟିଏ ଗରିବ ଘରର ସନ୍ତାନ ହୋଇଥିବାରୁ ସମାଜରେ ଗରିବଙ୍କ ଅବସ୍ଥାକୁ ହୃଦୟଙ୍ଗମ କରିଛନ୍ତି । ସେ ବହୁତ ଅସୁବିଧାରେ ଗତି କରି ନିଜ ପାଠପଢା ସାରିଥିଲେ । ପାଠପଢା ସମୟରେ ସ୍ୱାସ୍ଥ୍ୟସେବା ପାଇଁ ଗରିବ କିପରି ହଇରାଣ ହେଉଛନ୍ତି ତାହା ଦେଖିବା ପରେ, ସମସ୍ତ ଗରିବଙ୍କୁ ଅତିକମରେ ପ୍ରାଥମିକ ସୁବିଧା ଯୋଗଇବା ପାଇଁ ସେ ନିର୍ଣ୍ଣୟ କରିଥିଲେ । ତେବେ ରୋଗୀମନରେ ବିନା ମୂଲ୍ୟରେ ଚିକିତ୍ସାକୁ ନେଇ କୌଣସି ହୀନଭାବ ନଆସୁ ସେଥିପାଇଁ ଡାକ୍ତର ଏକ ଟଙ୍କା ନେବା ପାଇଁ ବାଧ୍ୟ ହୁଅନ୍ତି ବୋଲି ଶ୍ରୋତାଙ୍କୁ କହିଥିଲେ । ଶେଷରେ ଗରିବ ଅସହାୟଙ୍କୁ ଶକ୍ତିମତେ ସାହଯ୍ୟ କରି ସମାଜରେ ମନୁଷ୍ୟତାକୁ ବଞ୍ଚାଇ ରଖିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।

jittmm
Leave A Reply

Your email address will not be published.