ସମାଜସେବୀଙ୍କ ଟୁଇଟ ପରେ ସହଯୋଗ ପାଇଲେ କାଶୀନାଥ

ତେଲକୋଇ, (କେପିଏନ୍‌ଏସ୍‌) : ତେଲକୋଇ ଥାନା ଅନ୍ତର୍ଗତ ସିବନରାୟଣପୁର ଗୋଡ଼ା ଗ୍ରାମର ମୁଣ୍ଡା ସାହିରେ ଅଗ୍ନିକାଣ୍ଡ ଘଟି ୨ ବଖରା ବାସଗୃହ ବସ୍ମିଭୁତ ହୋଇଥିଲା । ଏହି ସାହିରେ ରହୁଥିବା କାଶୀନାଥ ମୁଣ୍ଡଙ୍କ ଚାଲ ଘରେ ନିଆଁ ଲାଗିଯିବାରୁ ଘରେ ଥିବା ସମସ୍ତ ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ଜଳି ପାଉଁଶ ହୋଇଯାଇଥିଲା । ବର୍ଷା ସମୟରେ ରହିବା ପାଇଁ ବହୁତ ଅସୁବିଧା ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହାକୁ ପଢି କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ତେଲକୋଇ ପଞ୍ଚାୟତ ସମିତି, ତେଲକୋଇ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ କରିବାର ଗୋଟିଏ ଦିନ ଭିତରେ କାଶୀନାଥଙ୍କ ପରିବାରଙ୍କୁ ତହସିଲ ପକ୍ଷରୁ କିଛି ପଲିଥିନ ଦେଇଛନ୍ତି । ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଖୁବ ଶୀଘ୍ର ଦିଆଯିବ ବୋଲି ସୂଚନା ଦେଇଛନ୍ତି । ସମାଜସେବୀଙ୍କ ଏହିପରି କାର୍ୟ୍ୟକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.