lika

ଚୁମନ ରାଓଙ୍କ ଶୈଶବ ସଙ୍ଘର୍ଷରେ ସହଯୋଗର ହାତ ବଢାଇ ମାନବିକତାର ପରିଚୟ ଦେଖାଇଲେ ବଲାଙ୍ଗିର ପୌର ପରିଷଦର ବିଜେଡି ଜନ ପ୍ରତିନିଧି ସମୂହ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୁମନ ରାଓଙ୍କ ଶୈଶବ ସଙ୍ଘର୍ଷରେ ସହଯୋଗର ହାତ ବଢାଇ ମାନବିକତାର ପରିଚୟ ଦେଖାଇଲେ ବଲାଙ୍ଗିର ପୌର ପରିଷଦର ବିଜେଡି ଜନ ପ୍ରତିନିଧି ସମୂହ । ସୂଚନାଯୋଗ୍ୟ ଯେ, ବଲାଙ୍ଗିରର ୧୩ ବର୍ଷର ବାଳକ ଚୁମନ ରାଓ ନିଜ ରୋଗାକ୍ରାନ୍ତ ମା’ ଓ ୮ ବର୍ଷର ଭାଇଙ୍କ ପେଟ ପୋଷିବା ପାଇଁ ପେପର ବାଣ୍ଟିବା ସହିତ ସ୍କୁଲରେ ପାଠ ପଢି ପୁଣି ସନ୍ଧ୍ୟାରେ ସାଇକେଲ ଦୋକାନରେ କାମ କରୁଛନ୍ତି । ସେ ଜଣେ ମେଧାବୀ ଛାତ୍ର ଅଟନ୍ତି । ଏହି ଖବର ଗତକାଲି ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଆଜି ବଲାଙ୍ଗିର ପୌର ପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ ବିଜୁଜନତା ଦଳର ସମସ୍ତ କାଉନସିଲର ସଭ୍ୟ ସଭ୍ୟା ଚୁମନଙ୍କ ପରିବାରକୁ ସାକ୍ଷାତ କରି ୧୦ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ଦେଇ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ପ୍ରତିଶୃତି ଦେବା ସହିତ ଆଗକୁ ପେପର ବଣ୍ଟନ ନ କରିବାକୁ ପରାମର୍ଶ ଦେଇଥିଲେ । ପେପର ବାଣ୍ଟି ପାଉଥିବା ପ୍ରାପ୍ୟ ପ୍ରତିବଦଳରେ ନିଜସ୍ୱ ପାଣ୍ଠିରୁ ବଲାଙ୍ଗିର ପୌରାଧ୍ୟକ୍ଷା ଓ ବିଜେଡିର କାଉନସିଲର ସଭ୍ୟ ସଭ୍ୟାମାନେ ସେହି ଖର୍ଚ୍ଚ ବହନ କରିବାକୁ ପ୍ରତିଶୃତି ଦେଇଛନ୍ତି ।

babaa
Leave A Reply

Your email address will not be published.