ବିଶ୍ୱ ପର୍ଯ୍ୟଟନ ଦିବସରେ ଶହ ଶହ ପ୍ଲାଷ୍ଟିକ ଓ କାଚ ବୋତଲ : ଚିନ୍ତାରେ ପରିବେଶବିତ୍‌

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବିଶ୍ୱ ପର୍ଯ୍ୟଟନ ଦିବସ । ଏଥିପାଇଁ ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଠାରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରାଯାଇଛି । ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ସମେତ ବସ୍‌ଷ୍ଟାଣ୍ଡ ଆଦି ଅଞ୍ଚଳକୁ ସଫା କରାଯାଇଛି । ଚାରିଆଡ଼େ ଖାଲି କୁଢ଼କୁଢ଼ ପ୍ଲାଷ୍ଟିକ୍‌ ଓ କାଚ ବୋତଲ ଦେଖିବାକୁ ମିଳିଥିଲା । ଡୁଲୁରୀ ପାଇନ ବଣରେ ଏଣେ ତେଣେ ସର୍ବାଧିକ ଶହଶହ ସଂଖ୍ୟାରେ ମଦ ବୋତଲ ପଡ଼ିଥିବା ଦେଖି ସଫେଇ କରୁଥିବା ମିଶନ ଶକ୍ତିର ମହିଳାମାନେ ତାଜୁବ ହୋଇଯାଇଥିଲେ । ଯେଉଁ ମହିଳାମାନେ ଅଞ୍ଚଳରେ ଚୋରା ମଦ କାରବାରକୁ ରୋକିବା ପାଇଁ ପ୍ରୟାସ କରିବା ବିରୋଧ କରି ଆସୁଛନ୍ତି । ସେମାନେ ବିଶ୍ୱ ପର୍ଯ୍ୟଟନ ଦିବସରେ ଏଭଳି ସଫେଇ ବେଳେ ଏତେ ସଂଖ୍ୟାରେ ଖାଲି ମଦ ବୋତଲ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍‌ । ସେମାନେ ପର୍ଯ୍ୟଟକଙ୍କୁ ଏଭଳି ଏଣେ ତେଣେ ନ ପକାଇ ଗୋଟିଏ ସ୍ଥାନରେ ପ୍ଲାଷ୍ଟିକ ଓ ଖାଲି ବୋତଲ ପକାଇବାକୁ ନିବେଦନ କରିଛନ୍ତି । କଫି ବଗିଚା ଡୁଲୁରୀ ପିକ୍‌ନିକ୍‌ ସ୍ପଟ୍‌, ବସ୍‌ଷ୍ଟାଣ୍ଡ ସମେତ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଥିବା ପର୍ଯ୍ୟଟନ କ୍ଷେତ୍ର ଓ ବଜାର, ରାସ୍ତାଘାଟ ସଫେଇ କରାଯାଇଥିଲା ।

Leave A Reply

Your email address will not be published.